ନିଜକୁ ଚାପୁଡା ମାରିଲେ ଡ୍ରାମା କୁଇନ୍‌

ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ ସେ ସ୍ବାମୀଙ୍କ ନାଁରେ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି। ନିକଟରେ ରାଖୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ରାଖୀ ନିଜକୁ ଚାପୁଡ଼ା ମାରୁଥିବାର ନଜର ଆସିଛନ୍ତି। କାନ୍ଦି କାନ୍ଦି ରାଖୀ କହିଛନ୍ତି, ମୁଁ କାହିଁକି ତାଙ୍କୁ ବିଶ୍ୱାସ କରି ଭଲ ପାଉଥିଲି। ମୁଁ ଏହା କରିବା ଉଚିତ୍‌ ନ ଥିଲା। ମୁଁ ଫ୍ରିଜକୁ ଯିବାକୁ ରକ୍ଷା ପାଇଛି। କାରଣ ଆଦିଲ ମୋତେ ହତ୍ୟା କରିବା ସମସ୍ତ ଯୋଜନା କରିଥିଲେ।
ନିକଟରେ ରାଖୀ ସ୍ବାମୀ ଆଦିଲଙ୍କ ବିରୋଧରେ ଶାରିରୀକ, ମାନସିକ ଏବଂ ଠକେଇ ଅଭିଯୋଗ ଆଣି ଜେଲକୁ ପଠାଇଛନ୍ତି। ଅନ୍ୟପକ୍ଷରେ, ରାଖୀ ଆଦିଲଙ୍କୁ ଭେଟିବା ପାଇଁ ନିକଟରେ ଜେଲ ଯାଇଥିଲେ। ସେଠାରେ ଆଦିଲ ତାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ରାଖୀଙ୍କ ଅଭିଯୋଗ ଅନୁଯାୟୀ, ଆଦିଲ ଜେଲ ଭିତରେ ବହୁତ ବଡ ଡନଙ୍କୁ ଭେଟିଥିବା କହିଛନ୍ତି। ତେଣୁ ଚିନ୍ତା କର ମୁଁ ତୁମର କଣ କରିବି।
୨୦୧୯ରେ ରାଖୀ ଆଦିଲଙ୍କ ପ୍ରେମରେ ପଡିଥିଲେ। ୮ ମାସ ପୂର୍ବେ ରାଖୀ ନିଜ ଧର୍ମ ପରିବର୍ତ୍ତନ କରି ଆଦିଲଙ୍କୁ ବିବାହ କରିଥିଲେ। ଯାହାର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share