Categories: ଫୁରସତ

ନିଜକୁ ନିଜେ କ୍ଲୋନିଂ କରୁଥିବା ପ୍ରାଣୀ

ଏହି ଜଳଜ ପ୍ରାଣୀଟି ଦେଖିବାକୁ ଗୋଟିଏ ପ୍ରକାର ଚିଙ୍ଗୁଡ଼ି ଭଳି। ତେବେ ପ୍ରାଣୀବିଜ୍ଞାନୀମାନେ ଏହାକୁ ଠିକ୍‌ଭାବରେ ଚିଙ୍ଗୁଡ଼ି ବୋଲି ଗ୍ରହଣ କରନ୍ତି ନାହିଁ। ଏହାର ପ୍ରାଣୀ ବୈଜ୍ଞାନିକ ନାମ ହେଉଛି କ୍ରାଏଫିଶ୍‌। ଏହାକୁ ପ୍ରକୃତିର ଏକ ବିସ୍ମୟ ବା ଓ୍ବଣ୍ଡର ବୋଲି କୁହାଯାଇଥାଏ। ଏହାର ଶାରୀରିକ ଗଠନ, ଜୀବନଧାରଣ ଶୈଳୀ, ପ୍ରଜନନ ତଥା ବଂଶ ବିସ୍ତାରର ବୈଚିତ୍ୟ ହେତୁ ଏହାକୁ ଏକ ବିସ୍ମୟ ପ୍ରାଣୀ ବୋଲି ମଧ୍ୟ କୁହାଯାଇଥାଏ। ଏହାର ଗୁଣସୂତ୍ରର ସଂରଚନା ଠିକ୍‌ ମଣିଷର ଗୁଣସୂତ୍ର ସଂରଚନା ପରି। ଏହାସତ୍ତ୍ୱେ କିଛି ବିଭେଦ ଏହି କ୍ରାଏଫିଶ୍‌କୁ ସମସ୍ତଙ୍କ ଠାରୁ ଭିନ୍ନ କରିଛି। ଏହାର ଗୁଣସୂତ୍ର ବା କ୍ରୋମୋଜମ୍‌ର ସଂରଚନା ସିନା ମଣିଷର କ୍ରୋମୋଜମ ଭଳି। ହେଲେ ଏସବୁର କାର୍ଯ୍ୟ ଯଥେଷ୍ଟ ଭିନ୍ନ। କ୍ରାଏଫିଶ୍‌ ଏକାକୀ ଭାବରେ ତା’ର ଗୁଣସୂତ୍ରକୁ ବିଭାଜିତ କରିପାରିଥାଏ। ପୁଣି ଏହା ଶହ ଶହ ସଂଖ୍ୟାରେ ଏହାର କ୍ରୋମୋଜମକୁ ବିଭାଜିତ କରିବାର କ୍ଷମତା ରଖିଥାଏ। ସେଥିଲାଗି ଏହା ନିଜକୁ ନିଜେ ବିଭାଜିତ ହୋଇପାରେ। ସରଳ ଭାଷାରେ କହିଲେ, ଏହାର ପ୍ରଜନନ ନିମନ୍ତେ ଏହି ପ୍ରାଣୀଟି କୌଣସି ପୁରୁଷ ପ୍ରାଣୀର ଆବଶ୍ୟକ କରେନାହିଁ। ନିଜେ ହିଁ ନିଜର କ୍ଲୋନିଂ କରିଦେଇପାରେ। ଖାସ୍‌ ଏହି କାରଣ ପାଇଁ ପ୍ରାଣୀଟିକୁ ଏକ ବିସ୍ମୟ ପ୍ରାଣୀ ବୋଲି କୁହାଯାଇଛି। କ୍ରାଏଫିଶ୍‌କୁ ମଧ୍ୟ ଆକ୍ୱାରିଅମ୍‌ରେ ରଖାଯାଇଥାଏ।

Share