ନିଜକୁ ଭାଗ୍ୟଶାଳୀ କହିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜକୁ ଭାଗ୍ୟଶାଳୀ କହିଛନ୍ତି। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। କାରଣଟି ହେଲା ସଲମାନ୍‌ ଖାଁ, ଅକ୍ଷୟ କୁମାର, ଶାହାରୁଖ୍‌ ଖାଁ, ହ୍ରିତିକ୍‌ ରୋଶନଙ୍କ ପରି ବଲିଉଡ୍‌ର ସୁପରଷ୍ଟାର ହେଉଛନ୍ତି ତାଙ୍କ ବନ୍ଧୁ। ଏକଥା ଆମେ କହୁନୁ। ଏକ ଅଡିଓ ଶୋ’ରେ କ୍ୟାଟ୍‌ ଏହି କଥା କହିଛନ୍ତି। ସେ କହିଛନ୍ତି, ମୁଁ ଯେତେବେଳେ ବି ଚାହିଁବି ଏମାନଙ୍କ ସହ କଥା ହୋଇପାରିବି। ସେ କୁହନ୍ତି, ଏହି ଷ୍ଟାରମାନଙ୍କୁ ସେ ବହୁତ ସମ୍ମାନ କରନ୍ତି। ତେଣୁ ବନ୍ଧୁତା ଭିତରେ ଅଂହକାର କେବେ ଆସେ ନାହିଁ। ଏହି ଷ୍ଟାରମାନଙ୍କ ସହ କାମ କରିବାରେ ତାଙ୍କୁ କୌଣସି ଅସୁବିଧା ହୁଏ ନାହିଁ। ସବୁବେଳେ ଏମାନେ ତାଙ୍କ ପାଖେ ପାଖେ ଥା’ନ୍ତି। ତେଣୁ ଏହାଠାରୁ ଅଧିକ ଖୁସି କଥା ଆଉ କ’ଣ ହୋଇପାରେ।

Share