ନିଜଠାରୁୁ ୧୪ ବର୍ଷ ସାନ ଖଳନାୟକଙ୍କୁ ଡେଟ କରୁଛନ୍ତି ମୁଗ୍ଧା

ମୁମ୍ବାଇ: ବଲିଉଡ୍‌ର କିଛି ଫିଲ୍ମରେ ନଜର ଆସିଥିବା ମୁଗ୍ଧା ଗଡସେ ବେଶ କିଛିଦିନ ହେବ ନିଜ କ୍ୟାରିୟରକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସେ ତାଙ୍କଠାରୁ ପାଖାପାଖି ୧୪ ବର୍ଷ ବଡ ଅଭିନେତା ରାହୁଲ ଦେବଙ୍କୁ ଡେଟ କରୁଥିବା ଆଲୋଚନା ହୁଏ । ଅବଶ୍ୟ ବଲିଉଡ୍‌ରେ କେତେଜଣ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ନିକଟରେ ପ୍ରେମ ଆଗରେ ବୟସର କୌଣସି ଅର୍ଥ ନ ଥାଏ । ମୁଗ୍ଧା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ନିକଟରେ ମୁଗ୍ଧା ତାଙ୍କ ରିଲେସନଶିପକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ସେ କହିଛନ୍ତି ଯେତେବେଳେ ଆପଣ ପ୍ରେମରେ ପଡୁଛନ୍ତି ସେତେବେଳେ ବୟସ କୌଣସି ବାଧକ ସାଜି ନ ଥାଏ । ଏହା କେବଳ ଗୋଟିଏ ସଂଖ୍ୟା । ଆଉ ଭଲ ପାଇବା ଓ ରିଲେସନଶିପ ହୃଦୟରୁ ହୋଇଥାଏ । ୨୦୧୩ରେ ତାଙ୍କର ରାହୁଲଙ୍କ ସହ ଏକ ବିବାହ ଉତ୍ସବରେ ଦେଖା ହୋଇଥିଲା । ସେ ସମୟରେ ଆମେ ବହୁତ କଥା ହୋଇଥିଲୁ ଓ ପରେ ବନ୍ଧୁ ପାଲଟି ଯାଇଥିଲୁ । ଧୀରେଧୀରେ କିନ୍ତୁ ଆମ ବନ୍ଧୁତା ପ୍ରେମରେ ପରିଣତ ହେଲା ଆଉ ଆମେ ୨୦୧୫ରୁ ରିଲେସନଶିପରେ ରହିଲୁ । ମୁଗ୍ଧାଙ୍କ ମତରେ ପ୍ରେମ ବଜାରରେ ମିଳୁଥିବା କୌଣସି ଜିନିଷ ନୁହେଁ । ଯିଏ ଚାହିଁବ ଶପିଂ କରିପାରିବ । ସୂଚନାଯୋଗ୍ୟ, ରାହୁଲ ତାଙ୍କ ପିଲାଦିନର ସାଥି ରିନାଙ୍କୁ ବିବାହ କରିଥିବା ବେଳେ ୨୦୦୯ରେ କ୍ୟାନସରରେ ପୀଡ଼ିତ ରୀନାଙ୍କର ଦେହାନ୍ତ ହୋଇଯାଇଛି । ଏମାନଙ୍କର ଗୋଟିଏ ପୁଅ ରହିଛି ।

Share