ନିଜଠୁ ୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ ସହ ନଜର ଆସିବେ। ଫିଲ୍ମରେ ସଲ୍ଲୁଙ୍କ ପ୍ରେମିକା ହେବେ ସାଇ ଏବଂ ତାଙ୍କ ପତ୍ନୀ ଭୂମିକାରେ ସୋନାକ୍ଷୀ ସିହ୍ନା ଅଭିନୟ କରିବେ। ତେବେ ଫିଲ୍ମରେ ସୋନାକ୍ଷୀଙ୍କ ପିତା ଭୂମିକାରେ ଅଭିନୟ କରିବେ ସାଇଙ୍କ ପିତା ମହେଶ ମଞ୍ଜେସ୍‌କର। ‘ଦବଙ୍ଗ-୩’ରେ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଏଣ୍ଟ୍ରି ହୋଇଛି। ଏଥିରେ ସେ ସଲମାନଙ୍କ ମାଆ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ‘ଦବଙ୍ଗ’ରେ ମଧ୍ୟ ଡିମ୍ପଲ ସଲମାନଙ୍କ ମାଆ ନୈନୀ ଦେବୀଙ୍କ ଭୂମିକାରେ ଅଭିନୟ କରିଥିଲେ। ‘ଦବଙ୍ଗ-୩’ର ନିର୍ଦ୍ଦେଶନା ଭାର ପ୍ରଭୁଦେବା ବହନ କରିଛନ୍ତି। ନିକଟରେ ସଲମାନ ଚଳଚ୍ଚିତ୍ରର ଏକ ଭାଗ ମଧ୍ୟପ୍ରଦେଶରେ ଶୁଟିଂ କରିଛନ୍ତି। ସଲମାନଙ୍କ ଭାଇ ଅରବାଜ ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଚଳିତବର୍ଷ ଖ୍ରୀଷ୍ଟମାସରେ ଫିଲ୍ମଟି ରିଲିଜ ହେବ ବୋଲି ଜଣାପଡିଛି।

Share