ନୂଆଦିଲ୍ଲୀ,୯।୯: ଏସ୍ବିଆଇ ଏହାର ଗ୍ରାହକଙ୍କ ପାଇଁ ନୂଆ ଉପହାର ନେଇ ଆସିଛି। ହୋମ୍ଲୋନ୍ ଉପରେ ଏସ୍ବିଆଇ ପକ୍ଷରୁ ସୁଧହାର ପୁଣି ୧୦ ବେସିସ୍ ପଏଣ୍ଟ୍ କମ୍ କରାଯାଇଛି। ଫଳରେ ଏହା ୮.୨୫ ପ୍ରତିଶତରୁ ଏବେ ୮.୧୫ ପ୍ରତିଶତରେ ପହଞ୍ଚିଛି। ଏହି ନୂଆ ସୁଧହାର ସେପ୍ଟେମ୍ବର ୧୦ରୁ ଲାଗୁ ହେବ। ଏହା ଦ୍ୱାରା ବହୁ ଗ୍ରାହକ ଉପକୃତ ହୋଇପାରିବେ। ଏସ୍ବିଆଇର ଏହି ନୂତନ ଏମ୍ସିଏଲ୍ଆର୍( ମାର୍ଜିନ୍ କଷ୍ଟ୍ ଅଫ୍ ଫଣ୍ଡସ୍ ବେଷ୍ଟ୍ ଲେଣ୍ଡିଂ ରେଟ୍) ନିଜର ଘର ତିଆରି କରିବାର ସ୍ବପ୍ନ ଦେଖୁଥିବା ଗ୍ରାହକଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।