Categories: ଜାତୀୟ

ନିଜର ଚିକିତ୍ସା ପାଇଁ କଣ୍ଢେଇର ଗୋଡ଼ ପ୍ଲାଷ୍ଟର କଲେ ୧୧ମାସର ଶିଶୁ

ନୂଆଦିଲ୍ଲୀ,୩୦।୮: ଛୋଟବେଳେ ସବୁ ପିଲାଙ୍କର କୌଣସି ଏକ ଖେଳନା ସହ ଅକର୍ଷଣ ରହିଥାଏ। ସେହି ଖେଳନା ବିନା ସେମାନେ କୌଣସି କାର୍ଯ୍ୟ କରି ନ ଥାନ୍ତି। ତେବେ ଦିଲ୍ଲୀର ଲୋକ ନାୟକ ହସ୍ପିଟାଲରେ ଜଣେ ଶିଶୁର ନିଆରା ଢ଼ଙ୍ଗରେ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି। କଣ୍ଡେଇର ଚିକିତ୍ସା କରାଯିବା ପରେ ଜଣେ ୧୧ମାସର ଶିଶୁ ନିଜର ଚିକିତ୍ସା କରାଇବାକୁ ରାଜି ହୋଇଥିଲେ। ସୂଚନାଯୋଗ୍ୟ, ଅଗଷ୍ଟ ୧୭ରେ ଜାକିରା ନାମକ ୧୧ ମାସର ଶିଶୁଟି ଖଟରୁ ତଳେ ପଡ଼ିଯାଇଥିଲା। ପରିବାର ଲୋକ ତାଙ୍କୁ ଲୋକ ନାୟକ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ସେଠାରେ ଶିଶୁଟିର ଗୋଡ଼ ଫ୍ରାକ୍‌ଚର ହୋଇଯାଇଥିବା ଜଣାପଡ଼ିଥିଲା। ତେବେ ଜକୀରାଙ୍କ ଗୋଡ ପ୍ଲାଷ୍ଟର କରିବା ପାଇଁ ଡାକ୍ତରଙ୍କୁ ବହୁ ନାକେଦମ ହେବାକୁ ପଡ଼ିଥିଲା। ଶେଷରେ ଜକୀରାଙ୍କ ମା’ ତାଙ୍କ ପ୍ରିୟ କଣ୍ଢେଇ ପରୀକୁ ହସ୍ପିଟାଲ ଆଣିଥିଲେ। ଡାକ୍ତର କଣ୍ଢେଇର ଗୋଡ ପ୍ଲାଷ୍ଟର କରିବା ପରେ ଜକୀରା ମଧ୍ୟ ନିଜ ଗୋଡ଼ର ପ୍ଲାଷ୍ଟର କରାଇଥିଲେ। ବର୍ତ୍ତମାନ ଜକୀରା ୨ ସପ୍ତାହ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କୁ ଆଉ ଏକ ସପ୍ତାହ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

Share