Categories: ଜାତୀୟ

ନିଜର ଦୋଷ ସ୍ବୀକାର କଲେ ସ୍ବାମୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ,୨୦।୯: ଶାହାଜାହାନପୁରରେ ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ମାମଲାରେ ଶୁକ୍ରବାର ସ୍ବାମୀ ଚନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା। ଏହାପରେ ଚିନ୍ମୟାନନ୍ଦ ନିଜ ଦୋଷ ସ୍ବୀକାର କରିଥିବା ଜଣାପଡିଛି। ତେବେ ଭାଇରାଲ ଭିଡିଓର ସତ୍ୟତା ରହିଥିବା ଓ ସେ ଉକ୍ତ ଛାତ୍ରୀଙ୍କ ଦ୍ୱାରା ମସାଜ କରିଥିବା ମଧ୍ୟ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଡିଜିପି ଓ. ପି. ସିଂହ କହିଛନ୍ତି ସ୍ବାମୀ ଚନ୍ମୟାନନ୍ଦଙ୍କୁ ଏକ ବଳାତ୍କାର ମାମଲାରେ ତାଙ୍କ ଆଶ୍ରମରୁ ଗିରଫ କରାଯାଇଛି। ଏସ୍‌ଆଇଟିଟିମ୍‌ ତାଙ୍କୁ ଗିରଫ କରିବା ପରେ ମେଡିକାଲ ଟେଷ୍ଟ ପାଇଁ ପଠାଇ ଦେଇଥିଲେ। ଏହାପରେ କୋର୍ଟରେ ହାଜର କରାଇ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି।

Share