ନିଜର ପ୍ରଡକସନ୍‌ ହାଉସ୍‌ ଆରମ୍ଭ କଲେ ସୋହା

ମୁମ୍ବାଇ: ଖୁବ୍‌ଶୀଘ୍ର ଓ୍ବେବ ସିରିଜ୍‌ ମାଧ୍ୟମରେ ପରଦାକୁ ଫେରୁଛନ୍ତି ବଲିଉଡ୍‌ ନାୟିକା ସୋହା ଅଲି ଖାଁ। ଇତି ମଧ୍ୟରେ ସେ କିନ୍ତୁ ନିଜ ପ୍ରଡକସନ୍‌ ହାଉସ୍‌ ଆରମ୍ଭ କରି ସାରିଥିବା ଖବର ମିଳିଛି। ଏବେ ସେ ଜଣାଶୁଣା ଆଇନଜୀବୀ ରାମଜେଠମାଲାନିଙ୍କ କାହାଣୀକୁ ପରଦାରେ ଆଣିବା କାମରେ ଲାଗି ପଡିଥିବା କୁହାଯାଉଛି। କିଛିଦିନ ହେବ ଝିଅ ପାଇଁ ସେ କାମରୁ ବ୍ରେକ୍‌ ନେଇଥିବା କୁହାଯାଉଥିଲା। ଏବେ ସେ କହିଛନ୍ତି ପୂର୍ବରୁ ତାଙ୍କ ମା’ ପିଲାମାନଙ୍କୁ ସମ୍ଭାଳି କାମ କରୁଥିଲେ ଏମିତିକି ତାଙ୍କ ଭାଉଜ କରିନା ମଧ୍ୟ ବିନା ବ୍ରେକ୍‌ରେ କାମ କରିଛନ୍ତି। ତେଣୁ ଏବେ ସେ ବିନା ବ୍ରେକ୍‌ରେ କାମ କରିବା କଥା ଚିନ୍ତା କରିଛନ୍ତି। ଏହାସହ ନିଜ ପ୍ରଡକସନ୍‌ ହାଉସରେ ପରିବାର ଲୋକଙ୍କୁ ସାମିଲ କରିବାକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ସମସ୍ତେ ସମସ୍ତଙ୍କ କାର୍ଯ୍ୟରେ ବ୍ୟସ୍ତ। ତେଣୁ ସବୁବେଳେ ମୁଁ ସେମାନଙ୍କୁ ନେବାକୁ ଚେଷ୍ଟା କରିବି ହେଲେ ଏଥିପାଇଁ ସେ କାହାକୁ ବାଧ୍ୟ କରିବେ ନାହିଁ ବୋଲି କହିଛନ୍ତି।

Share