ନିଜସ୍ବ ଅର୍ଥରେ ଲୋକେ ଖୋଳିଲେ ଜଳାଶୟ

ଟିକ୍ରାପଡା, ୧୭ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଟିକ୍ରାପଡା ପଞ୍ଚାୟତ ଅଧିନ ଫଟାମୁଣ୍ଡା ଗ୍ରାମବାସୀ ସ୍ନାନ ପାଇଁ ନିଜ ହାତରୁ ଖର୍ଚ୍ଚ କରି ନିକଟସ୍ଥ ମନ୍ତ୍ରୀକଟାରେ ସୋମବାର ଜଳାଶୟ ଖୋଳିଛନ୍ତି। ଗ୍ରୀଷ୍ମଋତୁରେ ଜଳାଭାବ ହେତୁ ସ୍ନାନ ପାଇଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଯୋଗୁଁ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି। ଜଳାଶୟ ନିର୍ମାଣ ପରେ ସ୍ନାନ ପାଇଁ ଜଳର ଅଭାବ ଦୂର ହୋଇଥିବା ସେମାନେ କହିଛନ୍ତି। ଗ୍ରାମବାସୀ ଅର୍ଥ ସଂଗ୍ରହ କରି ସଂଗୃହୀତ ରାଶିରେ ଜେସିବି ଯୋଗେ ଜଳାଶୟ ଖୋଳିଥିଲେ । ଲୋଚନ ଭୋଇ, ଧନୁର୍ଜୟ ଭୋଇ, ଐବନ ଭୋଇ, ସତ୍ୟବାନ ଭୋଇ, ନକୁଳ ବାଗ, ମାଷ୍ଟର୍‌ ଷାଣ୍ଢ, ଅର୍ଜୁନ ବୁଡେକ, ନାରାୟଣ ନାଏକ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ା ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରଯାଇଛି ।