ନିଜାମଙ୍କ ହୀରା ମୁଦି ୫୪ କୋଟି ଟଙ୍କାରେ ବିକ୍ରି

ନ୍ୟୁୟର୍କ, ୨୧।୬: ଆମେରିକା ନ୍ୟୁୟର୍କ ସହରରେ ଭାରତୀୟ ସମ୍ରାଟ ନିଜାମ ମୀର ଉସମାନ ଅଲ୍ଲୀ ଖାନ୍‌ଙ୍କ ଅଳଙ୍କାର ନିଲାମ କରାଯାଇଛି। ନିଜାମଙ୍କ ସ୍ବତନ୍ତ୍ର ହୀରା ମୁଦି ୫୪ କୋଟି ଟଙ୍କା, ନେକଲେସ୍‌ ୧୭ କୋଟି ଟଙ୍କା ଏବଂ ତଲଓ୍ବାର ୧୩.୪ କୋଟି ଟଙ୍କାରେ ବିକ୍ରି ହୋଇଛି। ନିଲାମୀ ସଂସ୍ଥା କ୍ରିଷ୍ଟି ପକ୍ଷରୁ କରାଯାଇଥିବା ଏହି ନିଲାମ ପ୍ରକ୍ରିୟାରେ ୪୦୦ଟି ଭାରତୀୟ କଳା ଏବଂ ବସ୍ତୁ ଗୁଡିକୁ ୭୫୮ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ଜୟପୁର, ଇନ୍ଦୋର ଏବଂ ବରୋଦା ରାଜ ପରିବାରର ଅଳଙ୍କାରଗୁଡିକ ମଧ୍ୟ ନିଲାମରେ ସାମିଲ କରାଯାଇଥିଲା।

Share