ନିଜାମୁଦିନ ଧାର୍ମିକ ସଭାରୁ ଜଗତସିଂହପୁର ଫେରିଥିବା ସନ୍ଦେହ: ଜିଲାବାସୀଙ୍କ ମନରେ ବଢୁଛି ଶଙ୍କା

ଜଗତସିଂହପୁର ଅଫିସ, ୪।୪: ଦିଲ୍ଲୀ ନିଜାମୁଦିନ ତବଲିଗ ଜମାତରେ ମାର୍ଚ୍ଚ ମଧ୍ୟଭାଗରେ ବହୁ ମୁସଲିମ ସମ୍ପ୍ରଦାୟ ଏକତ୍ରିତ ହେବାପରେ ସେଠାରୁ କରୋନା ସଂକ୍ରମଣ ବଢିଥିବା ଜଣାପଡିଛି। ଏନେଇ ଜଗତସିଂହପୁର ଜିଲାବାସୀଙ୍କ ମନରେ ଭୟ ବଢ଼ିବାରେ ଲାଗିଛି। କାରଣ ଜିଲା ମୁଖ୍ୟାଳୟ ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ମୁସଲିମ ସମ୍ପ୍ରଦାୟ ମଧ୍ୟରୁ କେହି ସେଠାକୁ ଯାଇ ଫେରିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ନ ଥିବା ଜଗତସିଂହପୁର ଏସପି ପ୍ରକାଶ ଆର ସୂଚନା ଦେଇଛନ୍ତି । ସେ କହିଛନ୍ତି କେବଳ ଯାଜପୁରର ବ୍ରହ୍ମବରଦାରେ ହୋଇଥିବା ଧର୍ମସଭାରେ କେତେଜଣ ଯୋଗଦେଇ ଫେରିଥିବା ସୂଚନା ରହିଛି। ତଥାପି ନିଜାମୁଦିନରୁ ଜିଲାରୁ କାଳେ କେହି ଯୋଗଦେଇ ଫେରିଥିବେ ସେ ନେଇ ଜିଲାର ସମସ୍ତ ଥାନା ଅଧିକାରୀଙ୍କୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। ପ୍ରତ୍ୟେକ ଥାନା ପକ୍ଷରୁ ମୁସଲିମ ସାହିଗୁଡିକରେ ଯୋଗାଯୋଗ ଚାଲିଛି। ଏ ସମ୍ପର୍କରେ କେତେଜଣ ବୁଦ୍ଧିଜୀବୀ କହିଛନ୍ତି, ଯଦି କେହି ନିଜାମୁଦିନରେ ଯୋଗ ଦେଇଥାନ୍ତି ତେବେ ତାଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯିବ ଜରୁରୀ ।

Share