ନିଜାମୁଦ୍ଦିନ ଫେରନ୍ତାଙ୍କ ଉପରେ ନଜର

ବାରିପଦା ଅଫିସ,୪।୪: ନିଜାମୁଦ୍ଦିନରୁ ଫେରିଥିବା ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ୫ ପରିବାରର ରକ୍ତ ନମୂନା ପରୀକ୍ଷା ପାଇଁ ପଠା ଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷେ ବାରିପଦାସ୍ଥିତ ପିଆରଏମ ମେଡିକାଲରେ ଜଣେ ବ୍ୟକ୍ତି ଆଇସୋଲେଶନରେ ଅଛନ୍ତି। ତାଙ୍କର ରକ୍ତ ନମୂନା ମଧ୍ୟ ପରୀକ୍ଷା ପାଇଁ ପଠା ଯାଇଥିବା ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି।

Share