ନିଜେ ଟ୍ୟୁଶନ କରି ପଢ଼ା ଖର୍ଚ୍ଚ ତୁଲାଉଥିଲେ

କଟକ ଅଫିସ,୨୨ା୬: ଆମର ସମସ୍ତ ସ୍ବପ୍ନ ପୂରଣ ହେବ, ଯଦି ଆମେ ସେ ସ୍ବପ୍ନ ପଛରେ ସବୁବେଳେ ଧାଇଁବା… ଆମେରିକୀୟ ଉଦ୍ୟୋଗୀ, ସିନେ ପ୍ରଯୋଜକ ତଥା ବିଶ୍ୱର ବେଶ୍‌ ପରିଚିତ ଆନିମେଟର ୱାଲଟ୍‌ ଡିଜନୀଙ୍କର ଏହା ଏକ ଯୁଗାନ୍ତକାରୀ ମତ। ନିଜକୁ ସଫଳ ଭାବେ ଗଢ଼ି ତୋଳିବାର ସ୍ବପ୍ନ ଦେଖିବା ଓ ପରବର୍ତ୍ତୀ ସମୟରେ ଏହାକୁ ସାକାର କରିପାରିଛନ୍ତି କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ ପାଟରାସାହିର ଲିପ୍ସାରାଣୀ ସାହୁ। ଶୁକ୍ରବାର ପ୍ରକାଶ ପାଇଥିବା ଯୁକ୍ତ ଦୁଇ କଳା ପରୀକ୍ଷାରେ ଲିପ୍ସା ୫୪୦ ନମ୍ବର ରଖି ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହେଲେ ସଫଳତାର ସ୍ବାଦ ଚାଖିଥିବା ଲିପ୍ସା ପାଠପଢ଼ିବା ପାଇଁ ଅନେକ ସଂଘର୍ଷ ଭିତରେ ଗତି କରିଛନ୍ତି। ଆର୍ଥତ୍କ ଅନଟନରେ ଘାଣ୍ଟି ହେଉଥିବା ପରିବାରରୁ ଆସି ମଧ୍ୟ ଲିପ୍ସା ଏବେ ରାଜ୍ୟର ମେଧାବୀମାନଙ୍କ ମଧ୍ୟରେ ଆଗରେ। ଏପରି କି ନିଜ ପଢାଖର୍ଚ୍ଚ ତୁଲାଇବା ପାଇଁ ଲିପ୍ସା ସ୍କୁଲ ପିଲାଙ୍କୁ ଟ୍ୟୁଶନ କରୁଥିଲେ।
ପିତା ପ୍ରଶାନ୍ତ କୁମାର ସାହୁ ଓ ମା ରଶ୍ମିତା ସାହୁଙ୍କ ଝିଅ ଲିପ୍ସା ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ଦୁଇ କଳା ପଢୁଥିଲେ। କଟକରେ ରହି ପାଠପଢ଼ିବାର ଇଚ୍ଛା ଥିଲେ ମଧ୍ୟ ପରିବାରର ଆର୍ଥତ୍କ ଅଭାବ ଯୋଗୁ ପ୍ରତିଦିନ ସେ ଟାଙ୍ଗୀରୁ ଯିବା ଆସିବା କରନ୍ତି। କଲେଜରେ କ୍ଲାସ ସକାଳୁ ଥିବା ହେତୁ ସକାଳ ୬ଟାରୁ ଉଠି କଟକ ଆସିବା ପାଇଁ ପ୍ରସ୍ତୁତ ହେଉଥିଲେ। କଲେଜ ପଢ଼ା ସରିବା ପରେ ଏଠାରେ ଟ୍ୟୁସନ ହୋଇ ଘରକୁ ଫେରିଲା ବେଳକୁ ସନ୍ଧ୍ୟା ୭ଟା। ତେବେ ଦୁଇଥର ବସ୍‌ ଭଡ଼ା ଓ ଖାଇବା ଖର୍ଚ୍ଚ ବାବଦରେ ଲିପ୍ସାଙ୍କୁ ୩୦ରୁ ୪୦ ଟଙ୍କା ଦିଆଯାଉଥିଲା, ଏହାଠାରୁ ଅଧିକ ଖର୍ଚ୍ଚ ଦେବା ଆମ ପକ୍ଷେ ଅସମ୍ଭବ ବୋଲି ପ୍ରଶାନ୍ତ କହିଛନ୍ତି। ପ୍ରଶାନ୍ତଙ୍କର ପୂର୍ବରୁ ଏକ ତେଜରାତି ଦୋକାନ ଥିବା ବେଳେ ଏବେ ଏହା ବନ୍ଦ ହୋଇପଡ଼ିଛି। ଫଳରେ ପ୍ରଶାନ୍ତଙ୍କର ରୋଜଗାର ଶୂନ। ଲିପ୍ସାଙ୍କ ଭାଇ ସୌମ୍ୟକାନ୍ତ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ଯାହା ଦରମା ପାଆନ୍ତି ତାହା ଘର ଖର୍ଚ୍ଚକୁ ନିଅଣ୍ଟ ପଡ଼େ ବୋଲି ପ୍ରଶାନ୍ତ କହିଥିଲେ। ସନ୍ଧ୍ୟାରେ ଲିପ୍ସା ଘରକୁ ଫେରିବା ପରେ କେତେଜଣ ସ୍କୁଲ ପିଲାଙ୍କୁ ଟ୍ୟୁଶନ କରୁଥିଲେ। ଯାହା ବି ଆୟ ହୁଏ ତାହାକୁ ସେ ନିଜର ଓ ପଢ଼ା ଖର୍ଚ୍ଚରେ ଲଗାଉଥିଲେ। ଏ ନେଇ ଲିପ୍ସା କହିଛନ୍ତି, ଭଲ ରେଜଲ୍ଟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲି। ଯେତିକି ସମୟ ମିଳେ ତାହାକୁ ପଢ଼ାରେ ହିଁ ବିନିଯୋଗ କରେ। ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ମୋର ସ୍ବପ୍ନ ରହିଛି। ଅପରପକ୍ଷେ ଆଗାମୀ ଦିନରେ ଉଚ୍ଚଶିକ୍ଷା ହାସଲ ପାଇଁ ଲିପ୍ସାଙ୍କ ବାଟରେ ଅର୍ଥ ବାଧକ ନ ସାଜୁ ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri