ନିଜେ ତଳେ ବସି କାଳ ଭୈରବଙ୍କୁ ଚେୟାରରେ ବସାଇଲେ ନବ ନିର୍ବାଚିତ ସରପଞ୍ଚ

ଜୟପୁର,୨୮।୧: ରାଜସ୍ତାନର ଜଣେ ନବ ନିର୍ବାଚିତ ସରପଞ୍ଚ ନିଜେ ତଳେ ବସି କାଳଭୈରବଙ୍କୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଚେୟାରରେ ବସାଇଛନ୍ତି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ସିରୋହି ଜିଲାର ରେବଦରରେ ନବ ନିର୍ବାଚିତ ସରପଞ୍ଚ ଅଜବାରାମ୍‌ ଚୌଧୁରୀ ଏପରି କରିଛନ୍ତି। ସେ ପଦଭାର ସମ୍ଭାଳିବା ସମୟରେ ତଳେ ଆସନ ପକାଇ ବସିଥିଲେ। ତେବେ ତାଙ୍କର ଏଭଳି କାର୍ଯ୍ୟକୁ କେତେକ ଅନ୍ଧ ବିଶ୍ୱାସ ବୋଲି କହିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ତାଙ୍କ ଆଗରେ ବୟସ୍କ ବ୍ୟକ୍ତିମାନେ ଛିଡ଼ା ହେବା ପସନ୍ଦ ଯୋଗ୍ୟ ନୁହେଁ। ତେଣୁ ତଳେ ବସିବା ଦ୍ୱାରା ସମସ୍ତଙ୍କୁ ସମ୍ମାନ ମିଳିପାରିବ ବୋଲି ସେ କହିଛନ୍ତି।

Share