Categories: ଜାତୀୟ

ନିଜେ ଫିଟ୍‌ ଥିବା ଦର୍ଶାଇଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ତାଙ୍କ ଫିଟ୍‌ନେସ୍‌ର ଅସଲ ଗୁମର ଖୋଲିଛନ୍ତି। ସେ ତାଙ୍କ ଟୁଇଟର ଆକାଉଣ୍ଟରେ ସ୍କ୍ବାସ୍‌ ଖେଳୁଥିବାର ଏକ ଫଟୋ ଅପଲୋଡ କରିଛନ୍ତି। ଆଉ ଲେଖିଛନ୍ତି ଦୀର୍ଘ ୪୦ ବର୍ଷ ହେବ ସେ ଖେଳୁଛନ୍ତି। ନିଜକୁ ଫିଟ୍‌ ରଖିବାକୁ ସେ ସର୍ବଦା ଚେଷ୍ଟା କରୁଥିବା ବେଳେ ଏଥିରେ କିଛି କିଛି ପରିବର୍ତ୍ତନ ମଧ୍ୟ କରିଥାଆନ୍ତି। ଏଥିରେ ସେ ହାସଟ୍ୟାଗ୍‌ ଦେଇ ଲେଖିଛନ୍ତି ଖେଲୋ ଇଣ୍ଡିଆ। ଅର୍ଥାତ୍‌ ଭାରତରେ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ସେ ଚେଷ୍ଟା କରିଛନ୍ତି।

Share