ନିଜେ ଭିନ୍ନକ୍ଷମ, ମାଏକିନା ମାନ୍‌ସିକ ରୁଗୀ:ଭଗବାନ ଭରସାରେ ବୁରୁଧ୍‌ ଦମ୍ପତି

ଲୋଇସିଂହା,୧୫।୮(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ଗାଁର ବୁରୁଧ୍‌ ଦମ୍ପତି ଶଙ୍କର ମିଶ୍ର(୭୫) ଆର ମାଏକିନା ସୁଗନ୍ଧା(୭୦)। ଦମ୍ପତିକଁର ପିଲାଛୁଆ ନାଇଁ। ଏହେଦେ ଇ ଅସାହା ଦମ୍ପତି ବଡା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌। ଗଲା ୫ ଦିନ୍‌ ହେଲା ବୁରୁଧ୍‌ ଶଙ୍କରକଁର ଦିହିପା ଖରାପ ଅଛେ। ଯେନ୍‌ଥିରଲାଗି ସେ ଅଥାଥାଲି ହେଇଯାଉଛନ୍‌, ଶୁଇବସି ନାଇଁ ପାରବାର। ଏନ୍‌ତାଥି ନିସାହା ଅବସ୍‌ତାରେ ବୁଢ଼ାବୁଢ଼ି ନିଜର ଭାଏଗ୍‌କେ ଆଦ୍‌ରି ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ବାଦିବାହାଲ ପଁଚେତ୍‌ ଭାଲିଆମୁଣ୍ଡାର ଇ ନିସାହା ଦମ୍ପତିକଁର ପିଲାଛୁଆ ନାଇଁ। ଇମାନେ ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବି ନଁାଇଁନ। ପଁଚେତ୍‌ରୁ ମିଲୁଥିବାର ସରକାରୀ ଚାଉଲ ଆର ବୁଢ଼ାବୁଢ଼ି ଭତା ବୁରୁଧ୍‌ ଦମ୍ପତିକଁର ସାହାଭରସା। ଇଆଡ଼େ ପାଖ୍‌ପଡ଼ିଶାକଁର କହେବାର ହିସାବେ ବୁଢ଼ାବୁଢ଼ି ରଁଧାବଢ଼ା କରବାକେ ଅକ୍ଷମ ଆଏ, ଖାଏବାକେ ମୁଠେ ନାଇଁ ପାଏବାର। ଏନ୍‌ତାଥି ବୁରୁଧ୍‌ ଶଙ୍କର ୫ ଦିନ୍‌ ହେଲା ପେଟବଥାରେ ସଁଥ୍‌ଲି ହେଉଛନ୍‌। ପେଟ୍‌ ଦରଦ୍‌ ଲାଗି ସେ ଶୁଇବସି ନାଇଁ ପାରବାର, ଖାଲି ଛାଟିପିଟି ହେଇ କିରଲଉଛନ୍‌। ଇଆଡ଼େ ଡୁଂଗି ଦେଖ୍‌ବାକେ ପାସେ କେହି ନାଇଁ। ପାଖ୍‌ପଡ଼ିଶାକର କହେବାର ହିସାବେ ବଛର କେତେ ହେଲା ବୁଢ଼ାବୁଢ଼ିକର ମାନସିକ୍‌ ଥିତି ବି ଠିକ୍‌ ନଁାଇଁନ। ଗଲା ବଛର ବୁରୁଧ୍‌ ଶଙ୍କର ଗୁଟେ ଗାତେ ପଡ଼ି ଅକରମା ହେଇଯାଇଛନ୍‌, ଚାଲବୁଲ କରି ନାଇଁ ପାରବାର। ରେଁଗ୍‌ସି ଘେଷ୍‌ରି ଯିବାର ଆଏବାର କରୁଛନ୍‌। ଏନ୍‌ତା ପରିସ୍ଥିତିରେ ପଡ଼ିଶା ଘର ପଁଚେତ୍‌ରୁ ପିଡିଏସ୍‌ ସାମାନ ଆନି ଦେଉଥିବାର ଶଙ୍କର କହିଛନ୍‌। ଇଆଡ଼େ ସୁଗନ୍ଧାକଁର ମାନ୍‌ସିକ ଥିତି ଠିକ୍‌ ନଁାଇଁନ, ସେ ଇଆଡ଼େ ସେଆଡ଼େ ବୁଲୁଛନ୍‌। ଏନ୍‌ତାଥି ଘରେ ଚୁଲି ନାଇଁ ଜଲବାର। ଖାଏଦ୍‌ ପାଏନ୍‌ ଅଭାବୁ ବୁରୁଧ୍‌ ଶଙ୍କରକଁର ଦିହିପା ବିଗ୍‌ଡିଯାଇଛେ। ୫ ଦିନ୍‌ ହେଲା ସେ ରାତିରେ ଶୁଇ ନାଇଁପାରୁଥିବାର କହିଛନ୍‌। ଦୁଇ ମାଏଝି ମୁନୁଷ୍‌କର ଚିକିସତ୍ା ସାହାଯ୍‌ ଲାଗି ଶଙ୍କର ଗଣମାଧ୍ୟମ ଜରିଆରେ ଥାନୀୟ ପରଶାସନକେ ଆକୁଲବିକୁଲ ହେଇ ନିବେଦନ କରିଛନ୍‌। ପୂରବର ସୂଚନା ହିସାବେ ୨୦୧୭ରେ ଇ ଅସାହା ବୁରୁଧ୍‌ ଦମ୍ପତିକଁର ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ତା’ପରେ ବ୍ଲକ ପରଶାସନ ଦମ୍ପତିକୁଁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେଇଥିଲା। ହେଲେ ଦମ୍ପତି ଘର ତିଆରିବାରେ ଅକ୍ଷମ ହେଲାରୁ ଝନେ ଠିକାଦାର ତାକର ଘର ତିଆରି ଦେଇଥିଲେ। ଘରଟା ଏଭେ ବି ଦରଖଁଡ଼ିଆ ହେଇ ପଡ଼ିଛେ। ଘରେ ଲାଗିଥିବାର ଲୁହା କବାଟ ୨ ମାସ ତଲେ ରାତିରେ ପଡ଼ି ଯାଇଛେ। ହେଲେ ବୁଢ଼ାବୁଢ଼ି ଗୁଟେ ବଡ଼ ବିପଦ୍‌ରୁ ଅଲପ୍‌କେ ବରତି ଯାଇଥିବାର ପଡ଼ିଶା ଲୋକ୍‌ କହିଛନ୍‌। ଥାନୀୟ ପରଶାସନ ଇ ଅସାହା ବୁଢ଼ାବୁଢ଼ିକୁଁ ଉଧାର କରି ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।