ନିଜେ ରକତ୍‌ ଦେଇ ଗରଭ୍‌ବତୀକଁର ଜୀବନ୍‌ ବଁଚାଲେ ଡାକ୍‌ତର

 

ମନମୁଣ୍ଡା, ୧୮।୨ (ଡି.ଏନ୍‌.ଏ.)-
‘ରକତ୍‌ ଦାନ ମହତ୍‌ ଦାନ’ ଇ ନାରା ଦେଇ ସମାଜରେ ଲୁକ୍‌କୁ ସଚେତନ କରାଯାଉଛେ। ଅନେକ ଜାଗାରେ ରକ୍‌ତ ଦାନ ଶିବିରର ବି ଆୟୋଜନ ହେଉଛେ। ହେଲେ ଆଏଜ୍‌ ବି ଆମର ରାଏଜେ ଅନେକ ଗରିବ୍‌ ଦୁଖି ଦରକାର ସମିଆରେ ରକତ୍‌ ଅଭାବୁ ଜୀବନ୍‌ ମରନ୍‌ ସମସିଆରେ ଯୁଝୁଛନ୍‌। ହେଲେ ଇ ନାରାକେ ସତ୍‌ କରି ଦେଖେଇଛନ୍‌ ଝନେ କାର୍ଯ୍ୟରତ ଡାକ୍‌ତର।
ସୂଚନା ଅନ୍‌ସାରେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାଯ୍‌ କରୁଛନ୍‌ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡା.ମନୋଜ କୁମାର ନାୟକ। ରଇବାର ମନମୁଣ୍ଡା ଥାନା ବାର୍ଡୋଲ ଗଁାର ନରେନ୍ଦ୍ର ଜାଲ ଗୁରୁତର ଅବସ୍‌ତାରେ ତାକର ଗରଭ୍‌ବତୀ ମାଏକିନା ବ୍ରଜେଶ୍ୱରୀ(୪୦)କୁଁ ମନମୁଣ୍ଡା ଡାକ୍‌ତରଖାନାରେ ଭରତି କରିଥିଲେ। ଡା.ନାୟକ ପରୀକ୍ଷା ନିରୀକ୍ଷା ଉତାରୁ ମା’ର ପେଟେ ଛୁଆଟା ମରିଯାଇଥିବାର ଜାନବାକେ ପାଇଥିଲେ। ସେ ସମିଆରେ ମହିଲାକଁର ଶରୀର ଫୁଲି ଯାଇଥିଲାବେଲେ ବି.ପି. ୨୦୦ ରହିଥିଲା। ଗରଭବତୀ ମହିଲାକଁର ଜୀବନ୍‌ ଉପରେ ବିପଦ ରହିଥିଲା। ଇଆଡ଼େ ଡାକ୍‌ତରଖାନାରେ ସାଜୋସାମାନ ଅଭାବୁ ଡାକ୍‌ତର ବ୍ରଜେଶ୍ୱରୀକୁଁ ବଡ଼ ଡାକ୍‌ତରଖାନାକେ ନେବାକେ ନରେନ୍ଦ୍ରକୁଁ ପରାମଶ ଦେଇଥିଲେ। ହେଲେ ନରେନ୍ଦ୍ର ଝନେ ନିହାତି ଗରିବ୍‌ ଲୋକ୍‌। ସେ ଟଁକା ପଏସା ଅଭାବୁ ଉନିଆ କେନ୍‌କେ ନେବାକେ ଅରାଜି ହେବାର ସଂଗେ ଡାକ୍‌ତରକୁଁ ଯାହା ବି ହେଉ ଇଠାନେ ଆପନ୍‌ ଚିକିଛା କରୁନ୍‌ ବଲି ଗୁହାରି କରିଥିଲେ। ଶେଷେ ଡା.ନାୟକ ମନମୁଣ୍ଡା ଡାକ୍‌ତରଖାନାରେ ବ୍ରଜେଶ୍ୱରୀକଁର ନରମାଲ ଡେଲିଭରି କରେଇ ଗୁଟେ ମଲା ଛୁଆ ବାହାର କରିଥିଲେ। ହେଲେ ବହୁତ୍‌ ରକତ୍‌ ପଲେଇ ଯିବାର ଲାଗି ବ୍ରଜେଶ୍ୱରୀ ଦୁରବଲ ହେଇଯାଇଥିଲେ। ଏନ୍‌ତା କି ତାହାକୁ ନିହାତି ରକତ୍‌ ଦେବାର ଦରକାର ପଡ଼ିଥିଲା। ଡା.ନାୟକ ନରେନ୍ଦ୍ରକୁଁ (ଠ+) ରକତ୍‌ ୨ ୟୁନିଟ୍‌ ଯୁଗାଡ଼ କରବାକେ କହିଥିଲେ। ହେଲେ ନରେନ୍ଦ୍ର ଝନେ ନିହାତି ଗରିବ୍‌ ଆର ଗଁଲିଆ ଲୋକ୍‌ ହେଇଥିବାର ଲାଗି ରକତ୍‌ ଯୁଗାଡ଼ ପରି ନାଇଁପାରଲେ। ଏନ୍‌ତାଥି ଡା.ନାୟକ ସୁବର୍ଣ୍ଣପୁର ଜିଲା ମୁଖିଆ ଡାକ୍‌ତରଖାନାକେ ଯାଇ ନିଜେ ୨ ୟୁନିଟ୍‌ (ଏବି+) ରକତ୍‌ ଦେଇ ବଦଲାରେ ୨ ୟୁନିଟ୍‌ (ଠ+) ରକତ୍‌ ଆନି ବ୍ରଜେଶ୍ୱରୀକୁଁ ଦେଇଥିଲେ। ଏହେଦେ ବ୍ରଜେଶ୍ୱରୀକଁର ଅବସ୍‌ତା ଗୁଟେ ପରକାର ଠିକ୍‌ ଥିଲାବେଲେ ତାହାକୁ ଆହୁରି ୨ ୟୁନିଟ୍‌ ରକତ୍‌ ଦରକାର ଅଛେ ବଲି ଡା.ନାୟକ କହିଛନ୍‌। ଇ ଘଟନାଟା ଏହେଦେ ଅଂଚଲରେ ଗୁଟେ ଚରଚାର ବିଷେ ହେଇଥିଲାବେଲେ ଡା.ନାୟକକଁର ଇ ମହତ୍‌ କାଯ୍‌କେ ସଭେ ପରଶଁସା କରୁଛନ୍‌।

Share