ନିଜେ ରୋଗୀ ହୋଇ ଡାକ୍ତର କରୁଛନ୍ତି ରୋଗୀ ସେବା, Video Viral

ଗଜପତି,୧ା୨(ଗିରିଧାରୀ ପରିଚ୍ଛା): ଡ୍ୟୁଟିରେ ଥିବା ଡାକ୍ତର  ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ୍‌ ଲାଗିଥିବା ସମୟରେ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ନିଜ କର୍ତ୍ତବ୍ୟକୁ ଅବହେଳା ନକରି ରୋଗୀ ସେବା କରୁଥିବା ଦେଖି ତାଙ୍କର ନିଷ୍ଠା ପାଇଁ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ରମାଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ବ୍ରଜରାଜ କର। ଏହି ଡାକ୍ତରଖାନାରେ ସେ ଜଣେ ମାତ୍ର ଡାକ୍ତର ଥିବାରୁ ସ୍ବାସ୍ଥ୍ୟଗତ କାରଣରୁ ସେ ଛୁଟି ନେଇ ପାରି ନ ଥିଲେ। ଓପିଡିରେ ରୋଗୀ ଅପେକ୍ଷା କରିଥିବା ଦେଖି ନିଜ ଶରୀରରେ ସାଲାଇନ୍‌ ଲାଗିଥିବା ଅବସ୍ଥାରେ ଆସି ରୋଗୀ ସେବା କରିଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ନିଜେ ଅସୁସ୍ଥ ଥାଇ ଦେହରେ ସାଲାଇନ୍‌ ଲାଗିଥିବା ଅବସ୍ଥାରେ ମଧ୍ୟ ରୋଗୀଙ୍କ ସେବା ଜାରି ରଖିଥିବା ଗଜପତି ଜିଲା ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବ୍ରଜରାଜ କରଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଡାକ୍ତରଙ୍କ ଏହିଭଳି ସମର୍ପଣ ଭାବ ପାଇଁ ମନ୍ତ୍ରୀ ତାଙ୍କୁ ସାଧୁବାଦ ଜଣାଇବା ସହ ସନ୍ଥ କବି ଭୀମଭୋଇଙ୍କ ଉକ୍ତି ମୋ’ ଜୀବନେ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବୋଲି କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାବିତ ଧାନ ଫସଲ ଦେଖିଲେ କୃଷି ବିଭାଗ ଟିମ୍‌

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଧାନ ଫସଲରେ ରୋଗପୋକ ଉପଦ୍ରବ ହୋଇଛି। ଫସଲ ପ୍ରାଥମିକ ପର୍ଯ୍ୟାୟରେ ଥିବା ସମୟରେ ଏଭଳି ସ୍ଥିତି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି।...

ନବ ଦାସଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି ମାମଲାର ଅନ୍ତ

କଟକ,୫ା୩(କାର୍ତ୍ତିକ ସାହୁ)- ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ନେଇ ରୁଜୁ ମାମଲାର ବୁଧବାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।...

ମାର୍ଚ୍ଚ ୩୦ ରୁ ରାଜଧାନୀ ଭୁବନେଶ୍ୱରରୁ ଆଉ ୨ ଟି ପ୍ରମୁଖ ଗନ୍ତବ୍ୟସ୍ଥଳକୁ ବିମାନ ସେବା

ଭୁବନେଶ୍ୱର,୫ା୩: ମାର୍ଚ୍ଚ ୩୦ ରୁ ଓଡିଶାର ରାଜଧାନୀ ସହର ଆଉ ଦୁଇଟି ପ୍ରମୁଖ ଗନ୍ତବ୍ୟସ୍ଥଳ – ଉତ୍ତର ପ୍ରଦେଶର ଗାଜିଆବାଦ ଏବଂ ଆଣ୍ଡାମାନ ଏବଂ ନିକୋବରର...

ସୁଭଦ୍ରା ଯୋଜନା: କାଲି ମିଳିବ…

ଭୁବନେଶ୍ୱର,୫ା୩(ଅନୁରାଧା ମହାରଣା): ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଅର୍ଥରାଶି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି।...

‘ଲୋକଙ୍କ ନିକଟତର ହେବାକୁ ଚାହୁଁଛି ଭାଜପା ସରକାର’

ଭବାନୀପାଟଣା,୫ା୩(ଉତ୍ତମ କୁମାର ଦାଶ): ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ୨୦୨୫-୨୬ବର୍ଷ ପାଇଁ ୨ଲକ୍ଷ ୯୦ହଜାର କୋଟି ଆର୍ଥିକ ବଜେଟ ଉପସ୍ଥାପନା କରାଯାଇଛି। ଏହା ଓଡ଼ିଶାର ସାଧାରଣ...

ଏପ୍ରିଲରେ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ‘ଶିଶୁ ବାଟିକା’

ଭୁବନେଶ୍ୱର,୫ା୩: ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି (NEP)-୨୦୨୦ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ସ୍ୱରୂପ, ଓଡ଼ିଶା ସରକାର ୨ ଏପ୍ରିଲ୍, ୨୦୨୫ରେ...

ହାଣ୍ଡିଆ ଗୋଦାମରେ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୫ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସଦର...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୪ ମୋଟରସାଇକେଲ,୨ ମୋବାଇଲ, ୫୪ ହଜାର ଟଙ୍କା ଜବତ

ଛତ୍ରପୁର,୫ା୩(ଦିଲ୍ଲୀପ ସାମଲ): ବୁଧବାର ଚମାଖଣ୍ଡି ଥାନା ଅନ୍ତର୍ଗତ କଣାମଣା ଗ୍ରାମ କିଆ ବୁଦା ପାଖ ରେ ଅପରାହ୍ନ ଚାରିଟା ସମୟରେ ଏକ ଜୁଆ ଆଡ୍ଡା ଚାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image