Categories: ଜାତୀୟ

ନିଜ କଳ୍ପନା ରାଇଜରେ ବଞ୍ଚୁଛନ୍ତି ମୋଦି, ଶାହ: ରାହୁଲ

ମାଲାପୁରମ,୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୋଦି ଓ ଶାହ ତାଙ୍କ କଳ୍ପନା ରାଇଜରେ ବଞ୍ଚୁଛନ୍ତି। ତାଙ୍କର ବାହାର ଦୁନିଆ ସହ କୌଣସି ସମ୍ପର୍କ ନାହିଁ। ଯେଉଁଥିପାଇଁ ଏବେ ଦେଶର ଆର୍ଥିକ ପରିସ୍ଥିତ ଏଭଳି ସ୍ତରରେ ପହଞ୍ଚିଛି ବୋଲି ସେ କହିଛନ୍ତି। ଯଦି ମୋଦି ସାଧାରଣ ଲୋକଙ୍କ କଥା ବୁଝି ପାରନ୍ତେ ତେବେ ଦେଶର ପରିସ୍ଥିତି ସୁଧୁରି ଯାଆନ୍ତା ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ, ରାହୁଲ ୩ ଦିନିଆ କେରଳ ଗସ୍ତ ସମୟରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ଏକ ସ୍କୁଲରେ ପହଞ୍ଚି ପିଲାମାନଙ୍କ ସହ କଥା ମଧ୍ୟ ହୋଇଛନ୍ତି।

Share