Categories: ଜାତୀୟ

ନିଜ ଗାଁର ପ୍ରତି ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବେ କେସିଆର୍‌: ରାଜ୍ୟ ସରକାରଙ୍କ ଉପରେ ପଡ଼ିବ ଅତିରିକ୍ତ ୨ ହଜାର କୋଟି ବୋଝ

ହାଇଦ୍ରାବାଦ୍‌,୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ଗାଁର ପ୍ରତି ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି। ସେ ପୈତୃକ ଗାଁ ଚିନ୍ତାମଡାକା ଗସ୍ତ କରିଥିବା ଅବସରରେ ଏହା କହିଛନ୍ତି। ଗାଁର ୨ ହଜାର ପରିବାରକୁ ଏହି ଅନୁଦାନ ପ୍ରଦାନ କରାଗଲେ ରାଜ୍ୟ ସରକାରଙ୍କ ଉପରେ ୨ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି କୁହାଯାଉଛି। ତେବେ କେସିଆର୍‌ଙ୍କ ଏହି ଘୋଷଣା ନେଇ ବିରୋଧୀଙ୍କ ପକ୍ଷରୁ ସମାଲୋଚନା କରାଯାଇଛି।

Share