ନିଜ ଗୁରୁଙ୍କ ଫଟୋ ଶେୟାର କରି ଭାବୁକ ହେଲେ ନଓ୍ବାଜୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ରେ ନିଜର ଦମଦାର ଅଭିନୟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନଓ୍ବାଜୁଦ୍ଦିନ ସିଦ୍ଦିକି। ହେଲେ ସେ କାହାଠାରୁ ଅଭିନୟ ଶିକ୍ଷା କରିଛନ୍ତି ଏକଥା ହୁଏତ କେହି ଜାଣି ନାହାନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଭାବୁକ ହୋଇ ପଡିଥିବା ଦେଖାଯାଇଛି। ଉକ୍ତ ଫଟୋଟି ଶେୟାର କରି ସିଦ୍ଦିକି ଲେକିଛନ୍ତି, ମସ୍କୋର ବାସିନ୍ଦା ସାର୍‌ ଭୋଲେଣ୍ଟାଇନ୍‌ ଟେପ୍ଲାକୋଭ ହେଉଛନ୍ତି ତାଙ୍କର ଅଭିନୟର ଗୁରୁ। ସେ ତାଙ୍କଠାରୁ ଅଭିନୟ ଶିକ୍ଷା କରିଛନ୍ତି। ୧୯୯୬ରେ ସେ ସାର୍‌ ଭୋଲେଣ୍ଟାଇନ୍‌ ଟେପ୍ଲାକୋଭଙ୍କ ପ୍ଲେ ଇଭାନୋଭ( IVANOV)ରେ କାମ କରିଥିଲେ। ଏହିଠାରୁ ହିଁ ତାଙ୍କ କଳାକାର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଯାହା ଫଳରେ ସେ ଆଜି ବଲିଉଡ୍‌ର ଜଣେ ପରିଚିତ କଳାକାର ହୋଇ ପାରିଛନ୍ତି ବୋଲି କହିଛନ୍ତି।

Share