Categories: ଖେଳ

ନିଜ ଗ୍ରାମ ସାନିଟାଇଜେଶନ କଲେ ଭୋକାନାଲ୍‌

ମୁମ୍ବାଇ, ୧୫ା୪ (ପି.ଟି.)-କୋଭିଡ୍‌-୧୯ର ମୁକାବିଲା ପାଇଁ ଅନେକ କ୍ରୀଡ଼ାବିତ୍‌ ସହାୟତାର ହାତ ବଢାଇଛନ୍ତି। କେତେଜଣ ଅର୍ଥ ଦାନ କରିଛନ୍ତି ତ ଅନ୍ୟ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। କିନ୍ତୁ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ରୋୟର ଦାତୁ ବବନ ଭୋକାନାଲ ଆଉ ଏକ ପାଦ ଆଗେଇ ଆସିଛନ୍ତି। କୋଭିଡ୍‌-୧୯ ମହାମାରୀ ବ୍ୟାପିବାକୁ ରୋକିବା ଲାଗି ସେ ନାସିକ୍‌ସ୍ଥିତ ନିଜ ଗ୍ରାମରେ ସାନିଟାଇଜେଶନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ୨୯ ବର୍ଷୀୟ ନୌଚାଳକଙ୍କ ଜନ୍ମସ୍ଥାନ ହେଉଛି ଚାନ୍ଦଭାଦ୍‌ ତହସିଲ ଅନ୍ତର୍ଗତ ତାଲେଗାଁଓ ରୁହି ଗ୍ରାମରେ। ରବିବାର ସେ ଏକ ଫର୍ଟିଲାଜର ସ୍ତ୍ରେ ଜରିଆରେ ନିଜ ଗ୍ରାମରେ ସାନିଟାରଜେଶନ କରିଥିଲେ। କାର୍ଯ୍ୟ ସମ୍ପନ୍ନ କରିବା ଲାଗି ତାଙ୍କୁ ପାଖାପାଖି ୪ ଘଣ୍ଟ ସମୟ ଲାଗିଥିଲା। ଭୋକାନାଲ କହିଛନ୍ତି ଆମ ଗ୍ରାମରେ ପ୍ରାୟ ୧୨,୦୦୦ ଲୋକ ବାସ କରନ୍ତି। ଗ୍ରାମରେ ସାନିଟାଇଜେଶନ କରିବା ଲାଗି ମୁଁ, ମୋ ପରିବାର ଏବଂ ମୋର କେତେଜଣ ବନ୍ଧୁ ନିଷ୍ପତ୍ତି ନେଇଥିଲୁ। ଆମ ଗ୍ରାମରେ ଯଦିଓ ଏପର୍ଯ୍ୟନ୍ତ କରୋନା ପଜିଟିଭ ଦେଖାଯାଇ ନାହିଁ, ଆମ ଆଖପାଖ ଅଞ୍ଚଳରେ ୩୦ଟି ପିଜିଟିଭ ନଜରକୁ ଆସିଛି। ଆମ ଚାନ୍ଦଭାଦ୍‌ ତହସିଲରେ ୨ଜଣଙ୍କର ମୃତ୍ୟୁ ଘଟିଛି।