ନିଜ ଛାଇ ଫଟୋ ଶେୟାର କଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଦମ୍‌ଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଛପାକ’ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ମାତ୍ର ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳତା ପାଇପାରି ନ ଥିଲା। ତେବେ ଦୀପିକା ସୋସିଆଲ ମିଡିିଆରେ ବେଶ୍‌ ଆକ୍ଟିଭ୍‌। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏହି ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସୁନ୍ଦର ମେସେଜ୍‌ ସହ ନିଜ ଛାଇର ୨ଟି ଫଟୋ ଶେୟାର କରିଛନ୍ତି। ମେସେଜ୍‌ରେ ସେ ଲେଖିଛନ୍ତି ନିଜ ଛାଇକୁ ଡରନ୍ତୁ ନାହିଁ, ସେଥିରୁ ଭଲ ଜିନିଷ ଅଜ୍ଞାତ ଅଛି।

Share