Categories: ଜାତୀୟ

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୩।୪: ରେଲଓ୍ବେ ସୁରକ୍ଷାକର୍ମୀ ନିଜର ମୃତ୍ୟୁ ପୂର୍ବରୁ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ୩ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଜୀବନକୁ ବାଜି ଲଗାଇଦେଇଛନ୍ତି। ସୂଚନାଯୋଗ୍ୟ, କନ୍‌ଷ୍ଟେବଳ ଜଗବୀର ସିଂହ ରାଣା(୫୦)ଙ୍କ ସୋମବାର ଆଜାଦପୁର ରେଲଓ୍ବେ ଟ୍ରାକର ୭ନଂ ସିଗ୍‌ନାଲରେ ଡ୍ୟୁଟି ରହିଥିଲା। ରାତି ସାଢ଼େ ୯ଟାରେ ଟ୍ରାକର ଦୁଇ ପାର୍ଶ୍ୱରେ ଗ୍ରୀନ ସିଗ୍‌ନାଲ ରହିଥିବା ବେଳେ  ସେହି ସମୟରେ ଗୋଟିଏ ଟ୍ରେନ ଦିଲ୍ଲୀରୁ ଅମ୍ବାଲା ଯାଉଥିଲା। ଠିକ୍‌ ସେହି ସମୟରେ ଅନ୍ୟ ଟ୍ରେନ୍‌ଟି କାଲ୍‌କାରୁ ନୂଆଦିଲ୍ଲୀ ଆଡ଼କୁ ଆସୁଥିଲା। ସେହି ସମୟରେ ଟ୍ରାକ ଉପରେ ଦୁଇ ତିନି ଜଣ ଛୁଆ ଓ ମହିଳା ରାସ୍ତା ପାର କରୁଥିବା ଦେଖି ଜଗବୀର ତାଙ୍କୁ  ପାଟି କରିଥିଲେ। ହେଲେ ଟ୍ରେନର ଶବ୍ଦରୁ ସେମାନଙ୍କୁ ଜଗବୀରଙ୍କ କଥା ଶୁଣାଯାଇନଥିଲା। ପରେ ଜଗବୀର ତାଙ୍କ ନିକଟକୁ ଦୌଡ଼ି ଯାଇ ସେମାନଙ୍କୁ ଅନ୍ୟ ଟ୍ରାକକୁ ଧକ୍କା ଦେଇଥିଲେ, ହେଲେ ନିଜକୁ ବଞ୍ଚାଇପାରିନଥିଲେ। ଟ୍ରାକରେ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Share