ନିଜ ଟୁଇଟର ଆକାଉଣ୍ଟ ଡିଲିଟ୍‌ କଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ କରିଥିବା କହିଛନ୍ତି। ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସିପୁର, ବ୍ଲାକ ଫ୍ରାଇଡେ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ଏହି ନିର୍ଦ୍ଦେଶକ ଏବେ ରାଗରେ ସୋସିଆଲ ମିଡିଆଠାରୁ ଦୂରେଇ ଯାଇଥିବା ଜଣାଇଛନ୍ତି। କାରଣ ସୋସିଆଲ ମିଡିଆରେ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଧମକ ମିଳୁଥିବାରୁ ସେ ଏହାକୁ ଡିଲିଟ୍‌ କରିଦେଇଥିବା କୁହନ୍ତି। ଏହା ପୂର୍ବରୁ ସେ ୨ଟି ଟୁଇଟ୍‌ କରି ତାଙ୍କ ମାତାପିତା ଓ ଝିଅଙ୍କୁ ଧମକ ଦିଆଯାଉଥିବା ଉଲ୍ଲେଖ କରିଛନ୍ତି। ସମସ୍ତଙ୍କୁ ନୂଆ ଭାରତର ଶୁଭକାମନା ଜଣାଇ ସେ ଟୁଇଟରରୁ ବାହାରି ଯାଇଛନ୍ତି। ସୂଚନାଯୋଗ୍ୟ, ଅନୁରାଗ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ଥିବା ବେଳେ ସୋସିଆଲ ଇସ୍ୟୁକୁ ନେଇ ମତ ରଖିଥାଆନ୍ତି। କିଛିଦିନ ତଳେ ଜମ୍ମୁ-କଶ୍ମୀରରୁ ମୋଦି ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଏହାକୁ ନେଇ ଅନୁରାଗ ୩ଟି ଟୁଇଟ୍‌ କରିଥିଲେ। ଏଥିରେ ସେ ଅନୁଚ୍ଛେଦ ୩୭୦ ବୁଝି ନ ଥିବା ଦର୍ଶାଇ ଯେଉଁ ଭଳି ଭାବେ ଏହାର ଉଚ୍ଛେଦ କରାଗଲା ତାହାକୁ ଦେଖି ତାଙ୍କୁ ଡର ଲାଗୁଛି ବୋଲି କହିଥିଲେ। ଆଉ ଏହାପରେ ସେ ଟ୍ରୋଲ୍‌ ମଧ୍ୟ ହୋଇଥିଲେ।

Share