Categories: ଜାତୀୟ

ନିଜ ଦଳକୁ ନେଇ କଟାକ୍ଷ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୨।୭: ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ନିଜ ଦଳକୁ ନେଇ କଟାକ୍ଷ କରିଛନ୍ତି। ଶୁକ୍ରବାର ସେ ଟୁଇଟ୍‌ କହିଛନ୍ତି, ଗୋଆ ଓ କଶ୍ମୀରକୁ ଦେଖିଲେ ଲାଗୁଛି ଯଦି ଆମେ ଗୋଟିଏ ଦଳ ଭାବେ ଭାଜପା ସହ ରହିଯିବା ତେବେ ଦେଶରେ ଲୋକତନ୍ତ୍ର ଦୁର୍ବଳ ହୋଇଯିବ। କଂଗ୍ରେସ, ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)କୁ ଉପଦେଶ ଦେଇ ସେ କହିଛନ୍ତି, ବିରୋଧି ଇଟାଲିୟ ଓ ତାଙ୍କ ସନ୍ତାନଙ୍କୁ ଦଳରୁ ହଟାଇବାକୁ କହିବା ଦରକାର ଏହାପରେ ମମତା ଏକତ୍ରିତ କଂଗ୍ରେସର ଅଧ୍ୟକ୍ଷ ହେବା ଦରକାର। ଏନ୍‌ସିପି ମଧ୍ୟ କଂଗ୍ରେସରେ ମିଶି ଯିବା ଭଲ ବୋଲି ସୁବ୍ରମଣ୍ୟମ କହିଛନ୍ତି। ସୂଚନାଯୋଗ୍ୟ, ସବୁବେଳେ କିଛି ନା କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଭାଜପାର ଏହି ବରିଷ୍ଠ ନେତା ଏଭଳି ସମୟରେ ଏମିତି ଏକ କଥା କହିଛନ୍ତି ଯେତେବେଳେ ଗୋଆ ଓ କର୍ନାଟକରେ ବିରୋଧି ଭାଜପା ଉପରେ ଆକ୍ରମଣ କରିବା ମୁଡ୍‌ରେ ଅଛି। ଏବେ ଗୋଆ ଓ କର୍ନାଟକର କଂଗ୍ରେସ ବିଧାୟକମାନେ ଭାଜପା ହାତ ଧରୁଥିବା ବେଳେ ସୁବ୍ରମଣ୍ୟମଙ୍କ ଏହି କଥା ଏବେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

Share