Categories: ଜାତୀୟ

ନିଜ ଦେଶ କଥା ଚିନ୍ତାକର: ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଓଓ୍ବାଇସିଙ୍କ ସମାଲୋଚନା

ହାଇଦ୍ରାବାଦ,୬ା୧(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତୀୟ ମୁସଲମାନଙ୍କ ସମ୍ପର୍କରେ ମୁଣ୍ଡ ନ ଖେଳାଇ ନିଜ ଦେଶ କଥା ଚିନ୍ତା କରନ୍ତୁ ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି। ହାଇଦ୍ରାବାଦ ନିକଟସ୍ଥ ସାଙ୍ଗାରେଡ୍ଡୀ ସହରରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ସମାବେଶରେ ଉଦ୍‌ବୋଧନ ଦେଇ ଓଓ୍ବାଇସି କହିଥିଲେ, ଉତ୍ତରପ୍ରଦେଶରେ ବିକ୍ଷୋଭ ବେଳେ ନଷ୍ଟ ହୋଇଥିବା ସମ୍ପତ୍ତି ପାଇଁ କ୍ଷତିପୂରଣ ଆଦାୟ କରାଯାଉଛି। ତେବେ ହରିୟାଣାର ଜାଠ ଆନ୍ଦୋଳନବେଳେ କ୍ଷତି ହୋଇଥିବା ସରକାରୀ ସମ୍ପତ୍ତି ପାଇଁ କ୍ଷତିପୂରଣ କାହିଁକି ଆଦାୟ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଦେଶ ଓ ସମ୍ବିଧାନର ସୁରକ୍ଷା ପାଇଁ ୨୫ରେ ଐତିହାସିକ ଚାର୍‌ମିନାରଠାରେ ସିଏଏ ବିରୋଧରେ ବିଶାଳ ବିକ୍ଷୋଭ ସମାବେଶ ସାଙ୍ଗକୁ ସେଦିନ ମଧ୍ୟରାତ୍ରରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯିବ ବୋଲି ଓଓ୍ବାଇସି ଘୋଷଣା କରିଥିଲେ।

Share