ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପ୍ରଶ୍ନରେ ଏଭଳି ପ୍ରତିକ୍ରିୟା ଦେଲେ ଏହି ଅଭିନେତା

ମୁମ୍ବାଇ,୮।୬: ଅମିର ଖାଁଙ୍କ ଭଣଜା ତଥା ଅଭିନେତା ଇମ୍ରାନ ଖାଁ ଓ ତାଙ୍କ ପତ୍ନୀଙ୍କୁ ନେଇ ଏବେ ବି ଟାଉନରେ ଚର୍ଚ୍ଚା ଚାଲିଛି। ଇମ୍ରାନ ଅବନ୍ତିକା ମଲ୍ଲିକଙ୍କ ସହ ବିବାହ ବିଚ୍ଛେଦ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ଏହି ଯୋଡିଙ୍କ ଭିତରେ ଏବେ ସବୁ କିଛି ଠିକ୍‌ ଚାଲି ନ ଥିବା ବେଳେ ସମ୍ପର୍କରେ ଭିତରେ ଫାଟ ଦେଖାଦେଇଛି। ଏକ ଇଭେଣ୍ଟ କାର୍ଯ୍ୟକ୍ରମରେ ଇମ୍ରାନ ଖାଁ ଯୋଗଦେଇଥିବା ବେଳେ ବିବାହ ସମ୍ପର୍କକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତର ରଖିବା ପୂର୍ବରୁ ସେ ଫାଟୋଗ୍ରାଫର ଓ ଭିଡିଓଗ୍ରାଫରଙ୍କୁ ଚାହିଁ ହସିଥିଲେ। ହସି ହସି କହିଥିଲେ, ଏକ ଇଭେଣ୍ଟରେ ଆପଣମାନେ ଏଭଳି ପ୍ରଶ୍ନ କିପରି ପଚାରି ପାରୁଛନ୍ତି ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। ସୂଚନା ମୁତାବକ, କିଛି ଦିନରୁ ଦୁହିଁଙ୍କ ଭିତରେ ତିକ୍ତତା ଲାଗିରହିଛି। ଯାହାଫଳରେ ଦୁହେଁ ବିଚ୍ଛେଦ ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଅବନ୍ତିକା ନିଜ ନାଁରୁ ଇମ୍ରାନଙ୍କ ସରନେମ୍‌ ହଟାଇ ନେଇଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଖବରକୁ ଖଣ୍ଡନ କରିଛନ୍ତି ଅବନ୍ତିକାଙ୍କ ମା’। ବିବାହ ବିଚ୍ଛେଦ ଖବରକୁ ସେ ସମ୍ପୁର୍ଣ୍ଣ ମିଥ୍ୟା କହିଥିବା ବେଳେ ସେମାନଙ୍କ ଭିତରେ ମତଭେଦ ଚାଲିଥିବା କଥାକୁ ସ୍ବୀକାର କରିଛନ୍ତି। ଇମ୍ରାନ ଅବନ୍ତିକାଙ୍କୁ ୮ ବର୍ଷ ଧରି ଡେଟ କରିବା ପରେ ୨୦୧୧ରେ ବିବାହ କରିଥିଲେ। ୨୦୧୪ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା।

Share