ନିଜ ପାଇଁ ବର ଖୋଜୁଛନ୍ତି ଏହି ଯୁବତୀ, ମନପସନ୍ଦର ସାଥୀ ମିଳିଲେ ତାଙ୍କୁ ଦେବେ ୬୫ କୋଟି ଟଙ୍କା

ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ସ୍ବପ୍ନ ଥାଏ। ବିବାହ ପ୍ରସଙ୍ଗରେ ଝିଅ ହେଉ କି ପୁଅ କାହାକୁ ଏଥିରେ ତରବରିଆ ପଦକ୍ଷେପ ନେବା ଉଚିତ୍‌ ନୁହେଁ। ଏମିତିରେ ରୁଷିଆର ମଡେଲ୍‌ ଆନ୍ନା ନିଜ ପସନ୍ଦର ପୁଅ ସହ ବିବାହ ରଚିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଭାବୁଥିବେ ଏଥିରେ ନୂଆ ପୁଣି କ’ଣ? କଥା ହେଉଛି, ସେ କୌଣସି ଛୋଟମୋଟ ମଡେଲ୍‌ ନୁହଁନ୍ତି ବରଂ ଜଣେ ପ୍ରଖ୍ୟାତ ମଡେଲ୍‌। ତା’ସାଙ୍ଗକୁ ୬୫ କୋଟି ଟଙ୍କାର ମାଲିକାଣି। ଏହି କୋଟିପତି ମଡେଲ୍‌ଙ୍କ ଇଚ୍ଛା ଜଣେ ଭାରତୀୟ ଯୁବକଙ୍କୁ ବିବାହ କରିବେ। ଯେଉଁ ଯୁବକ ତାଙ୍କୁ ବିବାହ ପାଇଁ ରାଜି ହେବେ ସେ ତାଙ୍କ ନାଁରେ ନିଜର ସମସ୍ତ ସମ୍ପତ୍ତି କରିଦେବେ। ସମସ୍ୟା କେବଳ ତାଙ୍କ ଚେହେରାକୁ ନେଇ ରହିଛି। ସେ ଦେଖିବାକୁ ଖୁବ୍‌ ମୋଟୀ। କିନ୍ତୁ ଏବେ ନିଜ ଓଜନ ହ୍ରାସ ଲାଗି ଜୋରସୋର୍‌ ପ୍ରୟାସ ଚଳାଇଛନ୍ତି।

Share