ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ମାତ୍ର ୨୮ ବର୍ଷ ବୟସରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମରୁ ସେ ଜଣେ ୬୫ ବର୍ଷ ବୃଦ୍ଧଙ୍କ ଚରିତ୍ରରେ ଅଭିନୟ କରିଥିଲେ ସତ ହେଲେ ସେତେ ସଫଳତା ପାଇ ନ ଥିଲେ। ହେଲେ ୩୫ ବର୍ଷ ପରେ ସେ ବଲିଉଡ୍‌ର ଜଣେ ଆଗଧାଡିର କଳାକାର ଭାବେ ବେଶ୍‌ ପରିଚିତ ଥିଲେ। ଏବେ ଅନୁପମ ତାଙ୍କ ଲିଖିତ ପୁସ୍ତକ Lessons Life Taught Me ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ କ୍ୟାରିୟରକୁ ନେଇ କିଛି ମଜାଦାର କଥା କହିଛନ୍ତି। ଯଦି ତାଙ୍କର ବାୟୋପିକ୍‌ ତିଆରି କାରାଯାଏ ତେବେ ଏହା ବ୍ଲକ୍‌ବଷ୍ଟର ହେବ ବୋଲି ସେ କହିଛନ୍ତି। କାରଣ ସେ ଜୀବନରେ ଅସଫଳ ହୋଇ ଲଢେଇ କରି ଜିତିଛନ୍ତି। ତାଙ୍କ ଜୀବନ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବାରୁ ତାଙ୍କ ବାୟୋପିକ୍‌ ବ୍ଲକବଷ୍ଟର ହେବ। ଏଥିରେ ପ୍ରେମ, ପ୍ରେରଣା, ସଫଳତ, ଅସଫଳତା, ବ୍ୟଙ୍ଗ ସବୁକିଛି ସ୍ଥାନ ପାଇପାରିବ। ତେଣୁ ଏହା ଏକ ଭଲ ବାୟୋପିକ୍‌ ହେବ ବୋଲି ଅନୁପମ କହିଛନ୍ତି।

Share