ନିଜ ବାୟୋପିକ୍‌ରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ଚାହାନ୍ତି ଯୁବରାଜ

ବଲିଉଡ୍‌ ଫିଲ୍ମ ‘ଗଲି ବୟ’ରେ ସୁନ୍ଦର ଅଭିନୟ ପାଇଁ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯୁବରାଜ ନିଜ ବାୟୋପିକ୍‌ରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ଚାହାନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି।
ନିଜ ବାୟୋପିକ୍‌ରେ କାହାକୁ ଦେଖିବାକୁ ପସନ୍ଦ କରିବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ଯୁବରାଜ କୁୁହନ୍ତି, ଏହା ନିର୍ଦ୍ଦେଶକଙ୍କ କାମ। ତେବେ ଏହା ଉପରେ ଫିଲ୍ମ ନିର୍ମାଣ ହେଲେ ଏଥିପାଇଁ ଭଲ ବିକଳ୍ପ ହେଉଛନ୍ତି ସିଦ୍ଧାନ୍ତ। ମୁଁ ତାଙ୍କୁ ଫିଲ୍ମରେ ଦେଖିବାକୁ ପସନ୍ଦ କରିବି ବୋଲି ଯୁବରାଜ କହିଛନ୍ତି। ସୁନ୍ଦର ଅଭିନୟ ପାଇଁ ନିକଟରେ ସିଦ୍ଧାନ୍ତଙ୍କୁ ଫିଲ୍ମ ଫେୟାର ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Share