ନିଜ ବିବାହକୁ ନେଇ ଫିଲ୍ମ ନିର୍ମାଣ କରିବେ ପ୍ରିୟଙ୍କା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଆସିଛନ୍ତି। ବିବାହ ପରେ ପ୍ରାୟତଃ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଆମେରିକାରେ ରହୁଥିବା ପ୍ରିୟଙ୍କା ନିଜ ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ପ୍ରମୋଶନ ପାଇଁ ଭାରତରେ ଅଛନ୍ତି। ସେ ଆଗାମୀ ଦୁଇବର୍ଷ ଭିତରେ ଦୁଇଟି ଫିଲ୍ମର ଶୁଟିଂ କରିବାକୁ ଯାଉଛନ୍ତି। ଗୋଟିଏ ମା ଆନନ୍ଦ ଶିଲାଙ୍କ ଉପରେ ଆଧାରିତ ଥିବାବେଳେ ଅନ୍ୟଟି ତାଙ୍କ ବିବାହକୁ ନେଇ ନିର୍ମାଣ କରାଯିବ ବୋଲି ପ୍ରିୟଙ୍କା କହିଛନ୍ତି। ଏହାର କାହାଣୀ ଏବେ ଲେଖା ଚାଲିଛି ଏହି ଦୁଇଟି ଫିଲ୍ମ ଇଂରାଜୀ ଭାଷାରେ ନିର୍ମାଣ କରାଯିବ। ଫିଲ୍ମର ଅଧାଭାଗ ଶୁଟିଂ ଦିଲ୍ଲୀରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share