ନିଜ ବିବାହକୁ ନେଇ ରାଜ୍‌ ଖୋଲିଲେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ଗତ ବର୍ଷ ଡିସେମ୍ବରରେ ପ୍ରେମିକା ଗିନ୍ନୀ ଚତରଥଙ୍କୁ ବିବାହ କରିଥିଲେ। ଏହି ବିବାହକୁ ନେଇ ସେହି ସମୟରେ ଖୁବ୍‌ ଧମାଲ ହୋଇଥିଲା। ଛୋଟ ପରଦାର ବହୁ କଳାକାର କପିଲଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ମାତ୍ର କପିଲ ଏବେ ନିଜ ବିବାହକୁ ନେଇ ନୂଆ ରାଜ୍‌ ଖୋଲିଛନ୍ତି। କପିଲଙ୍କ ବିବାହ ରିସେପ୍‌ସନ୍‌ରେ ୫ ହଜାର ଅତିଥି ସାମିଲ ହୋଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ କପିଲ ମାତ୍ର ୪୦-୫୦ ଜଣଙ୍କୁ ଚିହ୍ନିଥିଲେ। ଏତେ ସଂଖ୍ୟାରେ ଅତିଥି କୁଆଡୁ ଆସିଲେ ବୋଲି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି। କପିଲ ନିଜ ଶୋ’ର ଆଗାମୀ ଅଧ୍ୟାୟରେ ଏହାର ଖୁଲାସା କରିବେ ବୋଲି ଜଣାପଡ଼ିଛି।
ଦୀର୍ଘଦିନ ଧରି ବିବାଦ ଘେରରେ ରହି ଟେଲି ପରଦାରୁ ଦୂରେଇ ଯାଇଥିଲେ କପିଲ। ମାତ୍ର ବିବାହ ପରେ ସେ ଛୋଟ ପରଦାକୁ ଦମ୍‌ଦାର ଏଣ୍ଟ୍ରି କରିଛନ୍ତି। ଏଥର କପିଲଙ୍କ ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ସଲମାନ୍‌ ଖାନ୍‌। ଏପରିକି ଶୋ’କୁ ଦର୍ଶକ ପସନ୍ଦ କରିବା ସହ ଭଲ ଟିଆର୍‌ପି ମଧ୍ୟ ମିଳୁଛି।

Share