ନିଜ ଭାଷଣରେ ଟ୍ରମ୍ପ-ମୋଦିଙ୍କ ଭଳି ନେତାଙ୍କୁ ସ୍ତବ୍ଧ କରିଦେଲେ ୧୬ ବର୍ଷୀୟା ଝିଅ

ନ୍ୟୁୟର୍କ,୨୪।୯: ସ୍ବିଡେନର ୧୬ ବର୍ଷୀୟା ଝିଅ ଗ୍ରେଟା ଥନବର୍ଗ ଏବେ ଚର୍ଚ୍ଚାରେ। ଆମେରିକାରେ ଆୟୋଜିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଭିଭାଷଣ ରଖି ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି ଗ୍ରେଟା। ଜାତିସଂଘର ମହାସଚିବ ଏଣ୍ଟିନିୟୋ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦେଶର ପ୍ରମୁଖ ନେତାଙ୍କ ଆଗରେ ଜଳବାୟୁ ପରିବର୍ତ୍ତନ ନେଇ ଏମିତି ଭାଷଣ ଦେଇଥିଲେ ଯେ, ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ଗ୍ରେଟା ଭାବପ୍ରବଣ ହୋଇ କହିଥିଲେ, ଜଳବାୟୁ ପରିବର୍ତ୍ତନ ପାଇଁ ଆମେ ସମସ୍ତେ ବିଲୁପ୍ତ ହେବା ସ୍ଥିତିକୁ ଆସିଗଲୁଣି। ହେଲେ ଆପଣମାନେ ଆର୍ଥିକ ବିକାଶ ଉପରେ ଆଲୋଚନା କରୁଛନ୍ତି। ଆପଣମାନେ ଆମମାନଙ୍କ ସ୍ବପ୍ନ, ପିଲାଦିନକୁ ନଷ୍ଟ କରିଛନ୍ତି। ଯୁବପିଢି ଭାବୁଛନ୍ତି ଆପଣ ଆମମାନଙ୍କ ସହିତ ଛଳନା କରିଛନ୍ତି। ଆପଣମାନଙ୍କ ପାଇଁ ବିଶ୍ୱର ଅନେକ ଲୋକ ଜଳବାୟୁ ପରିବର୍ତ୍ତନର ଶିକାର ହୋଇ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ପୁଣିଥରେ ଆମମାନଙ୍କୁ ନିରାଶ କରିବେ ତାହେଲେ ଆମେ କେବେ କ୍ଷମା ଦେବୁନି ବୋଲି ଗ୍ରେଟା .େକ୍ଷାଭର ସହ କହିଥିଲେ।

Share