Categories: ଖେଳ

ନିଜ ରେକର୍ଡ ଭାଙ୍ଗିଲେ ଜନସନ

ନୂଆଦିଲ୍ଲୀ, ୧୬ା୬ (ପି.ଟି.)- ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜିନସନ ଜନସନ ୧୫୦୦ ମିଟର ଦୌଡ଼ରେ ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଭାରତର ଏହି ଆଥ୍‌ଲେଟ ନେଦରଲାଣ୍ଡ୍ସର ନିଜମେଜେନ ସହରେ ଅନୁଷ୍ଠିତ ନେକ୍ସଟ ଜେନେରେଶନ ଆଥଲେଟିକ୍ସ ମିଟ୍‌ରେ ଅଂଶଗ୍ରହଣ କରିଥିଲେ। ଶନିବାର ୮୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରି ୩:୩୭.୬୨ ଟାଇମିଂରେ ସେ ୬ଷ୍ଠ ସ୍ଥାନ ଅଧିକାର କରିଥିଲେ। ଏଥି ସହିତ ସେ ପୂର୍ବରୁ ୨୦୧୮ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩:୩୭.୮୬ ଟାଇମିଂରେ କରିଥିବା ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଇଭେଣ୍ଟରେ ଅଜୟ କୁମାର ସରୋଜ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ୩:୪୦.୩୯ ଟାଇମିଂରେ ରେସ୍‌ ଶେଷ କରିଥିଲେ। ଅନ୍ୟପକ୍ଷରେ ପି.ୟୁ ଚିତ୍ରା ୪:୧୩.୫୨ ଟାଇମିଂରେ ମହିଳା ଇଭେଣ୍ଟ ଜିତିଥିଲେ। କୌଣସି ଆଥଲେଟ୍‌ ଜାତୀୟ ରେକର୍ଡ ପ୍ରତିଷ୍ଠା କଲେ ତାଙ୍କର ଡୋପ୍‌ ଟେଷ୍ଟର ଆବଶ୍ୟକତା ରହିଛି। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଏ ସମ୍ପର୍କରେ ଯାହା ନିଷ୍ପତ୍ତି ନେବ। ୨୮ ବର୍ଷୟ ଜନସନ ମଙ୍ଗଳବାର ସ୍ବିଡେନରେ ଏକ ଇଭେଣ୍ଟରେ ଭାଗ ନେବେ।

Share