Categories: ଖେଳ

ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଛନ୍ତି ଏହିସବୁ କ୍ରିକେଟର୍‌

କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ବିଶ୍ୱରେ ଏମିତି କିଛିି କ୍ରିକେଟର ଅଛନ୍ତି ଯେଉଁମାନେ ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଛନ୍ତି। ପାକିସ୍ତାନର ଅନେକ କ୍ରିକେଟର୍‌ ନିଜ ସମ୍ପର୍କିୟ ଭଉଣୀଙ୍କୁ ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେହି କ୍ରିକେଟରଙ୍କ ସମ୍ପର୍କରେ..

ସାହିଦ୍‌ ଆଫ୍ରିଦ୍‌
ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ତାଙ୍କ ଦାଦାଝିଅ ଭଉଣୀ ନାଦିଆଙ୍କୁ ବିବାହ କରିଛନ୍ତି। ସେମାନଙ୍କର ଅକ୍ସା, ଅଂଶା, ଅଜ୍ୱା ଓ ଅସ୍ମରା ନାମରେ ୪ଝିଅ ଅଛନ୍ତି।

ଇମ୍ରାନ ଖାନ୍‌
ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ପ୍ରଧାନନ୍ତନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ସ୍ତ୍ରୀ ପତ୍ନୀ ରେହମ ଖାନ ମଧ୍ୟ ଇମ୍ରାନଙ୍କ ପୂର୍ବରୁ ତାଙ୍କ କକାପୁଅ ଭାଇ ଏଜାଜ ଉଲ ରହେମାନଙ୍କୁ ବିବାହ କରିଥିଲେ।

ସଇଦ୍‌ ଅନଓ୍ବର
୨୦୦୩ ବିଶ୍ୱକପରେ ପାକ ଟିମର ସଫଳ ବ୍ୟାଟ୍ସମ୍ୟାନ ଥିବା ସଇଦ ଅନୱର ଡା. ଲୁବନାଙ୍କୁ ବିବାହ କରିଛନ୍ତି। ଲୁବନା ଅନୱରଙ୍କ କକାଝିଅ ଭଉଣୀ।

Share