ନିଜ ସ୍ବୟମ୍ବର ନେଇ ତମନ୍ନା ଦେଲେ ମଜାଳିଆ ଉତ୍ତର…

ମୁମ୍ବାଇ: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ତମନ୍ନା ଭାଟିଆଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। କିଛି ଦିନ ତଳେ ଏକ ସାକ୍ଷାତ୍‌କାରରେ ତମନ୍ନାଙ୍କୁ ତାଙ୍କ ସ୍ବୟମ୍ବର ସମ୍ପର୍କରେ ପଚରା ଯାଇଥିଲା। ସ୍ବୟମ୍ବରରେ ସେ କେଉଁ ଅଭିନେତାଙ୍କୁ ସାମିଲ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନରେ ତମନ୍ନା ବେଶ୍‌ ମଜାଳିଆ ଉତ୍ତର ଦେଇଥିଲେ। ସେ କହିଥିଲେ ଯଦି ମୋର ସ୍ବୟମ୍ବର ହୁଏ ତେବେ ସେଥିରେ ହ୍ରିତିକ୍‌ ରୋଶନ, ପ୍ରଭାସ ଏବଂ ଭିିକ୍କି କୌଶଳଙ୍କୁ ନିଶ୍ଚିତ ଭାବେ ସାମିଲ୍‌ କରାଯିବ। ତମନ୍ନା ଏହି ଉତ୍ତର ଦେବା ସହିତ ଅନ୍‌ସ୍କ୍ରିନ୍‌ରେ ନୋ କିସିଂ ପଲିସିକୁ ଜୋର୍‌ ଦେଉଥିବା କହିଛନ୍ତି।

Share