Categories: ଫୁରସତ

ନିଜ ହାତରେ ନିଜ ପାଇଁ କବର ଖୋଳନ୍ତି କଏଦୀ

ପୋଙ୍ଗୟାଙ୍ଗ୍‌,୧୬।୨: ଉତ୍ତର କୋରିଆରେ ଏକ ଜେଲରେ କଏଦୀମାନେ ନିଜ ହାତରେ ନିଜର କବର ଖୋଳିଥାନ୍ତି। ଏହି ଜେଲରେ ନାନା ପ୍ରକାର କଏଦୀଙ୍କୁ ନିର୍ଯାତନା ଦିଆଯାଇଥାଏ। ବିଦେଶୀ କଏଦୀଙ୍କୁ ବେଶି ଦଣ୍ଡ ଦିଆଯାଏ। ଜେଲରେ କଏଦୀଙ୍କୁ କେବଳ ବସି ହେଉଥିବା ଅବା ଅଣ୍ଟା ବଙ୍କେଇ ଠିଆ ହୋଇ ପାରୁଥିବା ସେଲ୍‌ରେ ରଖାଯାଇଥାଏ। ସକାଳେ ସନ୍ଧ୍ୟାରେ କଏଦୀଙ୍କୁ ନିସ୍ତୁକ ପିଟା ଯିବା ସହିତ ୨୪ ଘଣ୍ଟା ମଧ୍ୟରେ ୧୨ ଘଣ୍ଟା ନାନା ପ୍ରକାର ଶାରୀରିକ ଶ୍ରମ କରିବାକୁ ପଡ଼ିଥାଏ। କେତେକ କଏଦୀଙ୍କୁ ବଳାତ୍କାର ମଧ୍ୟ କରାଯାଇଥାଏ। ତେବେ ଏବେ ଏହାକୁ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି।

Share