ନିଟ୍‌ ପରୀକ୍ଷାରେ କେନ୍ଦୁଝରର ଦିବ୍ୟଜ୍ୟୋତି ଉତ୍ତୀର୍ଣ୍ଣ: ଡାକ୍ତର ହୋଇ ରୋଗୀସେବା କରିବା ପାଇଁ ଲକ୍ଷ୍ୟ

କେନ୍ଦୁଝର:୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପସି ପଞ୍ଚାୟତ ଆହାରପସି ଗ୍ରାମର ଶୈରେନ୍ଦ୍ରୀ ମହାନ୍ତଙ୍କ ପୁଅ ଦିବ୍ୟଜ୍ୟୋତି ନିଟ୍‌ ପରୀକ୍ଷାରେ ୬୦୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୭୮୬୨ତମ ଏବଂ ଓବିସି କୋଟାରେ ୨୭୪୭ତମ ସ୍ଥାନ ହାସଲ କରିଛନ୍ତି।
ସୂଚନାଯୋଗ୍ୟ, ସିବିଏସଇ ଦ୍ବାଦଶ ବିଜ୍ଞାନ ପରୀକ୍ଷାରେ ଦିବ୍ୟଜ୍ୟୋତି ୯୪.୨% ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଜଣେ ମଧ୍ୟବିତ୍ତ ପରିବାରର ଛାତ୍ର ଦିବ୍ୟଜ୍ୟୋତି ଝୁମ୍ପୁରାସ୍ଥିତ ଶିଶୁ ବିଦ୍ୟାମନ୍ଦିରରୁ ପ୍ରାରମ୍ଭିକ ଶିକ୍ଷା ଆରମ୍ଭକରି ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ହଦଗଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଏ+ ଗ୍ରେଡରେ ଉତ୍ତୀର୍ଣ୍ଣ ହେବା ସହିତ ପ୍ରବେଶିକା ପରୀକ୍ଷା ଦେଇ ପୁଣେସ୍ଥିତ ଦକ୍ଷିଣା ଫାଉଣ୍ଡେସନ୍‌ରେ ଦ୍ବାଦଶଶ୍ରେଣୀରେ ଅଧ୍ୟୟନରତ ଥିଲେ। ଦିବ୍ୟଜ୍ୟୋତି ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା କରିବାପାଇଁ ଲକ୍ଷ୍ୟ ରଖିଛନ୍ତିା