ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ ବୋଲି ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ନିକଟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଥିବା ଭିଟାମିନ ଏ ଓ ସି ଶରୀରକୁ ସୁସ୍ଥ ରଖେ । ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ହୋଇଥାଏ ଲାଭଦାୟକ। ତରଭୁଜ ଜୁସ୍‌ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ଦେବା ସହିତ ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରେ। ଡାଇବେଟିସ୍‌ ପାଇଁ ଏହାମହୌଷଧୀ ସଦୃଶ କାର୍ଯ୍ୟ କରେ। ଏଥିରେ ୩ରୁ ୬ ପ୍ରତିଶତ ପ୍ରୋଟିନ ରହିଥାଏ। ଏହା ମାଂସପେଶୀ ତିଆରିରେ ସହାୟତା କରେ। ତରଭୁଜ ଜୁସ୍‌ ମେଦବହୁଳତା କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

Share