Advertisement

ନିତ୍ୟାଙ୍କ କରୋନା ସଚେତନତା ବାର୍ତ୍ତା: ମନ ଜିଣୁଛି କୁନି ଅଭିନେତ୍ରୀଙ୍କ ପରାମର୍ଶ

ବମ୍ବେ: ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ଆଜିକାଲି ସମୟରେ ବଡ଼ ଚ୍ୟାଲେଞ୍ଜ। ଏହାକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ। ହେଲେ ସୋସିଆଲ ମିଡିଆରେ ଏପରି ଏକ ବାର୍ତ୍ତା ଘୂରି ବୁଲୁଛି, ଯାହାକୁ ଦେଖିଲେ ଆପଣ ଘଡ଼ିଏ ଅଟକିଯିବେ। ହଁ, ବାର୍ତ୍ତାଟି ଜଣେ କୁନି ଅଭିନେତ୍ରୀଙ୍କର। ବୟସ ଅଳ୍ପ ହେଲେ ମଧ୍ୟ ପରାମର୍ଶ ଦେବାରେ ଓସ୍ତାଦ ଭଳି ସେ ଲାଗୁଛନ୍ତି। ତାଙ୍କ ନାଁ ହେଲା ନିତ୍ୟା ମୋୟାଲ।

ନିତ୍ୟା ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ କରୋନା ଗୀତର ତାଳେତାଳେ ନାଚୁଥିବା ଦେଖାଯାଉଛି। ଏହାପରେ ଲୋକଙ୍କୁ ବାର୍ତ୍ତା ଦେଇ ସେ କହିଛନ୍ତି, କରୋନାଠାରୁ ବଞ୍ଚିବା ପାଇଁ ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ। ସାନିଟାଇଜରର ବ୍ୟବହାର କରନ୍ତୁ। ମାସ୍କ ପିନ୍ଧନ୍ତୁ। ଆସନ୍ତା ରବିବାର ବାହାରକୁ ବାହାରନ୍ତୁ ନାହିଁ। ନିଜ ଘରେ ରୁହନ୍ତୁ।

ଏହାକୁ ଶେୟାର କରିବା ବେଳେ ନିତ୍ୟା ‘ଗୋ କରୋନା, ଷ୍ଟେ ସେଫ୍‌’ ଲେଖିଛନ୍ତି। ଭିଡିଓଟିକୁ ବେଶ୍‌ ପସନ୍ଦ କରାଯାଉଛି।
କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜନତା କର୍ଫ୍ୟୁ’ ପାଇଁ ଆହ୍ବାନ ଦେଇଛନ୍ତି। ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରି ଘରେ ରହିବାକୁ ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share