ନିତ୍ୟ ଖାଆନ୍ତୁ ସେଓ, ଅନେକ ସମସ୍ୟାରୁ ମିଳିବ ମୁକ୍ତି

କଥାରେ ଅଛି ‘ଆନ୍‌ ଆପଲ ଏ ଡେ କିପ୍ସ ଦ ଡକ୍ଟର ଆଓ୍ବେ’। ଏହାର ଅର୍ଥ ଯଦି ଜଣେ ପ୍ରତ୍ୟହ ଗୋଟିଏ ସେଓ ଖାଏ ତେବେ ତାକୁ ଜୀବନରେ ଡାକ୍ତରଙ୍କ ଆବଶ୍ୟକତା ପଡ଼େ ନାହିଁ। ବିଶେଷକରି ଏହାକୁ ସକାଳେ ଖାଇବା ଭଲ। ଏହାଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଜାଣନ୍ତୁ ସେ ବିଷୟରେ:

– ଡାକ୍ତରଙ୍କ କହିବା ଅନୁଯାୟୀ ସେଓର ଜୁସ୍‌ ମସ୍ତିଷ୍କଜନିତ ରୋଗରୁ ମୁକ୍ତି ଦେଇଥାଏ। ଏହାସହ ପାନକ୍ରିୟାଜ୍‌ କ୍ୟାନ୍‌ସରରୁ ମଧ୍ୟ ମୁକ୍ତି ମିଳିଥାଏ। ସେଓ ଆବୁ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

-ଏହାଛଡ଼ା ମାଂସପେଶୀ ସମସ୍ୟାରୁ ମୁକ୍ତି ଦେବା ସହ ପାଟି ଦୁର୍ଗନ୍ଧ ସମସ୍ୟା ଦୂର କରିଥାଏ। ହୃଦ୍‌ଘାତ ଲାଗି ମଧ୍ୟ ଲାଭକାରୀ ହୋଇଥାଏ।

-ସେଓ ଖାଇବା ଫଳରେ ପାଚନତନ୍ତ୍ର ସକ୍ରିୟ ହୋଇଥାଏ। ଏହା କୋଷ୍ଠକାଠିନ୍ୟ ଓ ପେଟ ଯନ୍ତ୍ରଣା ଭଳି ସମସ୍ୟାରୁ ମୁକ୍ତି ଦିଏ।