ନିଦରେ ଚାଲନ୍ତି ଇଲିଆନା !

ମୁମ୍ବାଇ: ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌। କେବଳ ସେତିକି ନୁହେଁ ଏହାଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ। କଥାଟି ଆମେ କହୁନାହୁଁ ବରଂ ସେ ଏକ ଟୁଇଟ୍‌ କରି ଏଭଳି କିଛି କହିଛନ୍ତି, ଯାହାକି ତାଙ୍କ ପ୍ରଶଂସକଙ୍କୁ ଚକିତ କରିଛି। ଅନେକ ଫ୍ୟାନ୍‌ ତାଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କହୁଥିବା ବେଳେ କେହି କେହି ତାଙ୍କ ଶୋଇବା ଘରେ କ୍ୟାମେରା ଲଗାଇବାକୁ କହୁଛନ୍ତି।

କହିରଖୁଛୁ ଇଲିଆନା ଆଗାମି ଫିଲ୍ମ ‘ପାଗଲପନ୍ତି’ପାଇଁ ବ୍ୟସ୍ତ ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅନୀଶ ବଜ୍ମି। ଫିଲ୍ମରେ ଜନ୍‌ ଆବ୍ରାହମ, ଅନିଲ କପୁର, ଅରସଦ ଓ୍ବାର୍‌ସି ଏବଂ ପୁଲକିତ ସମ୍ରାଟଙ୍କୁ ଦେଖିବାକୁ ମିଳିବ। ଏହା ନଭେମ୍ବର ୮ରେ ପରଦାକୁ ଆସିବ।

Share