ଅମ୍ବାଲା,୧୪।୭: କେତେକଙ୍କଠାରେ ନିଦରେ ଚାଲିବା ସମସ୍ୟା ଦେଖାଦେଇଥାଏ। ଏହା ବେଳେବେଳ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥାଏ। ମଥୁରା ଯମୁନାନଗରର ଜଣେ ୧୫ବର୍ଷ ବୟସ୍କା ନାବାଳିକା ନିଦରେ ଚାଲି ଚାଲି ଅମୃତସରରେ ପହଞ୍ଚିଛନ୍ତି। ଘରକୁ ଫେରିବା ପାଇଁ ସେ ଟ୍ରେନ୍ରେ ଚଢ଼ିଥିଲେ। ତେବେ ତାଙ୍କ ପାଖରେ ଟିକେଟ ନ ଥିବାରୁ ଟିଟିଇ ଅମ୍ବାଲା ନିକଟରେ ନାବାଳିକାଙ୍କୁ ଉହ୍ଲାଇ ଦେଇଥିଲେ। ନାବାଳିକାଙ୍କ ପାଖରେ ଠିକଣା କିମ୍ବା ମୋବାଇଲ୍ ନମ୍ବର ନ ଥିବାରୁ ତାଙ୍କୁ ସ୍ଥାନୀୟ ଚାଇଲ୍ଡ ଲାଇନ୍ରେ ରଖାଯାଇଥିଲା। ନାବାଳିକଙ୍କ ଠିକଣା ମିଳିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି।