Advertisement

ନିଦ୍ରାହୀନତା ପାଇଁ ଖାଆନ୍ତୁ ଏହିସବୁ ଫଳ

ଆଜିର ଯୁବବର୍ଗଙ୍କୁ ବିଳମ୍ବିତ ରାତି ଯାଏ ଅନିଦ୍ରା ରହିବାର ଅଭ୍ୟାସ ଘାରିଛି। ଏହାର ଫଳ ସ୍ବରୂପ ସାରାଦିନ ଥକ୍କାପଣ, ଦୁର୍ବଳ ଏବଂ ହାଲିଆ ଲାଗିଥାଏ। ଏଥିପାଇଁ ଅନେକ ସମୟରେ ସ୍ମାର୍ଟଫୋନ୍‌, ଫେସ୍‌ବୁକ୍‌ ଆଦିର ବ୍ୟବହାରକୁ ଦାୟୀ କରାଯାଏ। କିନ୍ତୁ ଶରୀରରେ ପୋଟାସିୟମ ସ୍ତରର ଅଭାବ ମଧ୍ୟ ନିଦ୍ରାହୀନତାର ମୁଖ୍ୟ କାରଣ ବୋଲି ଏକ ଗବେଷଣାରୁ ଜଣାପଡିଛି। ଶରୀରରେ ପୋଟାସିୟମର ଅଭାବକୁ ହାଇପୋକ୍ଲୋମିଆ କୁହାଯାଏ। ସୁସ୍ଥ ରହିବା ଏବଂ ରୋଗରୁ ବର୍ତ୍ତିବାକୁ ଶରୀରରେ ପ୍ରତିଦିନ ୪୭୦୦୦ ମିଲିଗ୍ରାମ ପୋଟାସିୟମର ଆବଶ୍ୟକତା ପଡ଼େ। କାରଣ ଏହା ହୃତ୍‌ପିଣ୍ଡ, ମସ୍ତିଷ୍କ ଏବଂ ମାଂସପେଶୀର କାର୍ଯ୍ୟପ୍ରଣାଳୀକୁ ସୁଚାରୁରୂପେ ସମ୍ପାଦନ କରିଥାଏ। ଶରୀରରେ ଏହାର ଅଭାବ ନିଦ୍ରାହୀନତା ସାଙ୍ଗକୁ ମାନସିକ ରୋଗକୁ ମଧ୍ୟ ଜନ୍ମ ଦେଇଥାଏ। ଏହାଛଡ଼ା ଅବସାଦ, ଥକ୍କାପଣ, ଏସିଡିଟି, ରକ୍ତଚାପ ଅନିୟନ୍ତ୍ରିତ ହେବା, ତ୍ୱଚାରେ ପରିବର୍ତ୍ତନ, ବାନ୍ତି ଏବଂ ଗ୍ୟାସ୍‌ ଆଦି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଆଳୁ, ଗାଜର, ପାଳଙ୍ଗ, ବ୍ରୋକଲି, ମାଛ, ମାଂସ, କଦଳୀ, କମଳା ଆଦିର ସେବନ ଦ୍ୱାରା ଶରୀରରେ ପୋଟାସିୟମ ଅଭାବକୁ ଦୂର କରାଯାଇପାରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel