Categories: ବାଣିଜ୍ୟ

ନିବେଶକଙ୍କୁ ୧୯.୪୯ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ,୨୦-୩: ଦେଶର ପୁଞ୍ଜି ବଜାରରେ ଲଗାତର ଭାବେ ଚତୁର୍ଥ ଦିନ ଲାଗି କାରବାର କ୍ଷତିରେ ଚାଲିଛି। ଏହି ସମୟ ମଧ୍ୟରେ ନିବେଶକଙ୍କୁ ୧୯.୪୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। କରୋନାର ପ୍ରଭାବ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ପଡିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ଗୁରୁବାର ସେନ୍‌ସେକ୍ସ କାରବାର ୫୮୧.୨୮ ପଏଣ୍ଟ ନିମ୍ନରେ ରହିଛି। ଦିନ ମଧ୍ୟରେ ସୂଚକାଙ୍କ ୨୧୫୫.୦୫ ପଏଣ୍ଟ ଖସିଯାଇଥିଲା। ଗତ ୪ ଦିନ ମଧ୍ୟରେ ସେନ୍‌ସେକ୍ସ ୫,୮୧୫ ପଏଣ୍ଟ ଖସିଛି। ବିଶ୍ୱ ବଜାରରେ ନିବେଶକଙ୍କ ମନୋଭାବ ପ୍ରଭାବିତ ହେବାରୁ ସେମାନେ ନିବେଶ ଅର୍ଥ ଫେରାଇ ନେଉଛନ୍ତି। ଏହି ସମୟରେ ମଡ୍‌କ୍ୟାପ ଏବଂ ସ୍ମଲ କ୍ୟାପ ସୂଚକାଙ୍କ ଯଥାକ୍ରମେ ୩.୭୦% ଏବଂ ୪.୫୩% ଖସିଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୧୮୨୮ କମ୍ପାନୀର କାରବାର ଖସିଥିବା ବେଳେ ୫୭୪ଟିର କାରବାର ଉନ୍ନତ ଏବଂ ୧୬୪ଟିର ଅପରିବର୍ତ୍ତିତ ରହିଛି। ପ୍ରାୟ ୧୨୦୦ କମ୍ପାନୀ କାରବାର ଗୋଟିଏ ବର୍ଷ ତଳକୁ ଖସିଯାଇଛି।

Share