Categories: ବାଣିଜ୍ୟ

ନିବେଶକଙ୍କୁ ୧.୮୧ ଲକ୍ଷ କୋଟି ଟଙ୍କା ଲାଭ

ନୂଆଦିଲ୍ଲୀ,୨୬-୧୧: ଦେଶର ପୁଞ୍ଜି ବଜାରରେ ସୋମବାର କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୧.୮୧ ଲକ୍ଷ କୋଟି ଟଙ୍କା ବଢିଛି। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୫୩୦ ପଏଣ୍ଟ ବୃଦ୍ଧି ହୋଇଥିବା ଦେଖାଯାଇଥିଲା। ଏହା ନୂଆ ରେକର୍ଡ ସ୍ତର ୪୦,୮୮୯.୨୩ ସ୍ତରରେ ବନ୍ଦ ହୋଇଥିଲା। ସୋମବାର ସେନସେକ୍ସ ୫୭୨.୩ ପଏଣ୍ଟ ବୃଦ୍ଧି ଘଟି ୪୦,୯୩୧.୭୧ ପଏଣ୍ଟ ସ୍ତର ଛୁଇଁଥିଲା। ଏସିଆ ବଜାରର ଭଲ ସ୍ଥିତି ଏବଂ ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧରେ ପ୍ରଭାବ କମୁ ଥିବାରୁ ନିବେଶକ ବଜାର ଉପରେ ଭଲ ପ୍ରଭାବ ରହିଥିବା ବିଶେଷଜ୍ଞ କହିଛନ୍ତି।

Share