Categories: ବାଣିଜ୍ୟ

ନିବେଶକଙ୍କ କ୍ଷତି ୩.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ,୨୨।୪: ମଙ୍ଗଳବାର ଦେଶର ପୁଞ୍ଜିବଜାରରେ କାରବାର ଗଭୀର ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ସମୟରେ ନିବେଶକଙ୍କ ୩.୩୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଅଶୋଧିତ ତୈଳ ଦର ଅତ୍ୟଧିକ ଖସିବା ଏବଂ ବିଶ୍ୱ ଶେୟାର ବଜାରଗୁଡିକର କାରବାର ନିମ୍ନରେ ରହିବା ଯୋଗୁ ନିବେଶକଙ୍କ ମନୋଭାବକୁ ଏହା କ୍ଷତି ପହଞ୍ଚାଇଛି। ଏହି ସମୟରେ ସେନ୍‌ସେକ୍ସ ୧.୦୧୧.୨୯ ପଏଣ୍ଟ ବା ୩.୨୦% ଖସିବା ଯୋଗୁ କାରବାର ୩୦,୬୩୬.୭୧% ସ୍ତରରେ ରହିଛି। ଲକ୍‌ଡାଉନ ଏବଂ ବିଶ୍ୱ ବଜାର କାରବାର ପ୍ରଭାବିତ ହେବା ଯୋଗୁ ଭାରତୀୟ ପୁଞ୍ଜି ବଜାରର ନିବେଶକ ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଜିଓଜିତ ଫାଇନାନ୍ସିଆଲ ସର୍ଭିସର ମୁଖ୍ୟ ବିନୋଦ ନାୟାର କହିଛନ୍ତି।

Share