Categories: ବାଣିଜ୍ୟ

ନିବେଶକଙ୍କ ଲାଭ ୭.୬୮ ଲକ୍ଷ କୋଟି

ମୁମ୍ବାଇ,୧। ୫: ଗୁରୁବାର ଭାରତୀୟ ପୁଞ୍ଜିବଜାରର ସେନ୍‌ସେକ୍ସ ୯୯୭ ପଏଣ୍ଟ ବଢିଛି। ଗତ ୪ ଦିନ ଧରି ଶେୟାର ବଜାରରେ କାରବାର ଉନ୍ନତ ରହିବାରୁ ନିବେଶକଙ୍କ ସମ୍ପତ୍ତି ୭.୬୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ନଜରକୁ ଆସିଛି। ଗୁରୁବାର କାରବାରରେ ସେନ୍‌ସେକ୍ସ ୯୯୭.୪୬ ପଏଣ୍ଟ ବା ୩.୦୫% ବଢି ୩୩,୭୧୭.୬୨ ପଏଣ୍ଟ ଛୁଇଁଛି। ଗତ କିଛି ସେସନରେ ସେନ୍‌ସେକ୍ସ ୨୩୯୦. ୪୦ ପଏଣ୍ଟ ବା ୭.୬୩% ବଢ଼ିଥିବା ପୁଞ୍ଜି ବଜାର ଡାଟାରୁ ସାମ୍ନାକୁ ଆସିଛି।

Share